ବିଦେଶ ମନ୍ତ୍ରୀଙ୍କୁ ଗୁହାରୀ କଲେ ଦୂତୀ ଚାନ୍ଦ, ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ମାଗିଲେ ଭିସା

ଭୁବନେଶ୍ବର(କେନ୍ୟୁଜ୍): ଓଡିଶାର ଦ୍ରୁତଗାମୀ ଧାବିକା ଦୂତୀ ଚାନ୍ଦ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ୟୁରୋପିୟାନ୍ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଭିସା ଦେବାକୁ ଗୁହାରୀ କରିଛନ୍ତି । ସେ ଏହି ପ୍ରତିଯୋଗୀତାରେ ଭାଗ ନେବା ନେଇ ବିଶ୍ବ ଚାମ୍ପିୟନସିପ୍ ପାଇଁ ଚୟନ ହେବାକୁ ଚାହୁଁଛନ୍ତି । ବିଶ୍ବ ୟୁନିଭର୍ସସିଟି ଖେଳର ୧୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଥିବା ଦେଶର ପ୍ରଥମ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଖେଳାଳି ଦୂତୀ ଅନ୍ତରାଷ୍ଟ୍ରୀୟ ଆଥଲେଟିକସ୍ ଫେଡେରେସନ୍ ରୁ ମାନ୍ୟତା ପ୍ରାପ୍ତ ୧୦୦ମିଟିର ଦୌଡର ଦୁଇଟି ରେସ୍ ରେ ଭାଗ ନେବେ ।

dutee

ଏହାସହ ପଢନ୍ତୁ : WWE ରୁ ସନ୍ୟାସ ନେଲେ ଡ୍ୱେନ ଜନସନ ,କହିଲେ ଯାହା ଚାଁହୁଥିଲି ସବୁ ମିଳିଲା

ଏହି ରେସ୍ ୧୩ ଅଗଷ୍ଟରେ ଆୟରଲ୍ୟାଣ୍ଡରେ ଏବଂ ୧୯ ଅଗଷ୍ଟରେ ଜର୍ମାନୀରେ ଖେଳାଯିବ । ଦୂତୀ ଟ୍ବିଟ୍ କରି ଲେଖିଛନ୍ତି କି, ଆୟାରଲ୍ୟାଣ୍ଡ ଏବଂ ଜର୍ମାନୀରେ ହେବାକୁ ଥିବା ଆଇଏଏଏଫ୍ ଟୁର୍ଣ୍ଣାମେର୍ଟରେ ସେ ଭାଗ ନେବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ ଏବେ ଭିସା ମିଳୁନାହିଁ । କିଛି କାରଣରୁ ତାଙ୍କ ଭିସାର ଔପଚାରିକତା ପୂରଣ ହେଉନାହିଁ । ଜୟଶଙ୍କର ଏବଂ ବିଦେଶ ମନ୍ତ୍ରାଳୟକୁ ନିବେଦନ କରି ଯେତେ ଶିଘ୍ର ସମ୍ଭବ ହେଉଛି ଏଥିରେ ହସ୍ତକ୍ଷେପ କରି ସାହାର୍ଯ୍ୟ କରିବାକୁ କହିଛନ୍ତି ଦୂତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.