ଆଉ ପାଞ୍ଚ ଦିନ ପରେ ସ୍ୱାଧୀନତା ଦିବସ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି

କେନ୍ୟୁଜ୍: ଆଉ ପାଞ୍ଚ ଦିନ ପରେ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ଚଳିତବର୍ଷ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ହେବ ସ୍ୱାଧୀନତା ଉତ୍ସବ। ସେଠାରେ ଏବେ ପ୍ରସ୍ତୁତି ଚାଲିଲାଣି। ଚଳିତ ବର୍ଷ ମୁଭିଂ ପରେଡ ହେବନାହିଁ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବ। ଏଥିରେ ଭାଗ ନେବେ ୪ଟି ଟ୍ରୁଫ୍‌। ୧୨ହଜାର ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ସୁରକ୍ଷାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ତିଆରି କରିଛି ପୋଲିସ ।