ଦ୍ବିତୀୟ ଟେଷ୍ଟ ମ୍ଯାଚ ବେଳେ କେଏଲ ରାହୁଲଙ୍କ ଉପରକୁ ବିୟର ବୋତଲ ଫୋପାଡିଲେ ଇଂଲଣ୍ଡ ସମର୍ଥକ, ରାଗିଗଲେ କୋହଲି

କ୍ରିକେଟ ମୈଦାନରେ ପୁଣି ଏକ ଲଜ୍ଜାକନକ ଘଟଣା ଦେଖିବାକୁ ମିଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଡର୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌‌ର ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍‌ର ସମର୍ଥକ କେଏଲ ରାହୁଲଙ୍କ ଉପରେ ବିୟର ଏବଂ ସାମ୍ପେନ୍‌ର କର୍କ ଫୋପାଡ଼ିଛନ୍ତି ।

ଏହି ମ୍ଯାଚରେ ରାହୁଲ ପ୍ରଥମ ପାଳିରେ ୧୨୯ ରନ୍‌ କରିଥିଲେ । ତାଙ୍କର ଏହି ଶତକୀୟ ପାଳି ଯୋଗୁ ଟିମ୍‌ ଇଣ୍ଡିଆ ଦମଦାର ୩୬୪ ରନ୍‌ କରିଛି । ମ୍ୟାଚ୍‌ର ତୃତୀୟ ଦିନରେ ଭାରତୀୟ ଟିମ୍‌ ଫିଲ୍ଡିଂ କରୁଥିବା ବେଳେ ଷ୍ଟାଡିୟମ୍‌ରେ ବସିଥିବା କିଛି ଦର୍ଶକ କେଏଲ ରାହୁଲଙ୍କ ଉପରେ ମଦ ବୋତଲ ଠିପି ଫୋପାଡ଼ିଥିଲେ ।

ଏବେ ଏନେଇ ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଭାଇରାଲ୍‌ ଭିଡିଓରେ ଅଧିନାୟକ କୋହଲି ପୁଣି ଥରେ ଠିପିଗୁଡ଼ିକୁ ଦର୍ଶକଙ୍କ ଉପରକୁ ଫିଙ୍ଗିବାକୁ ରାହୁଲଙ୍କୁ ଇସାରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.