ପ୍ରଥମ ଥର FIH ପ୍ରୋ ଲିଗରେ ଖେଳୁଛି ମହିଳା ହକି ଟିମ: ସଫଳତା ହାସଲ ନେଇ ଆଶାବାଦୀ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମ ଥର ପାଇଁ ଏଫଆଇଏଚ ପ୍ରୋ ଲିଗରେ ଖେଳୁଛି ଭାରତୀୟ ମହିଳା ହକି ଟିମ । ଟୋକିଓ ଅଲିମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନ ପରେ ଏହି ପ୍ରୋ ଲିଗରେ ସଫଳତା ହାସଲ ନେଇ ଆଶାବାଦୀ ଅଛନ୍ତି ଖେଳାଳି ।

ଚୀନ ବିପକ୍ଷରେ ପ୍ରୋ ଲିଗରେ ଦୁଇଟି ମ୍ୟାଚ ଜିତିଥିବା ଭାରତୀୟ ମହିଳା ହକି ଦଳ ଆଗକୁ ସ୍ପେନ, ଜର୍ମାନୀ, ବେଲଜିୟମ ଆଦି ଶକ୍ତିଶାଳୀ ଦଳ ବିରୋଧରେ ମ୍ୟାଚ ଖେଳିବ । ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଳିମାନେ ପ୍ରସ୍ତୁତି ଚଳାଇଛନ୍ତି । ଏଫଆଇଏଚ ପ୍ରୋ ଲିଗରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କୋଚ, ଅଧିନାୟିକା ଓ ଖେଳାଳିମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.