ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍, ଟ୍ଵିଟ୍‌ କରି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):   ସଚିନ୍‌ ତେନ୍ଦୁଲକରଙ୍କ ପରେ ୟୁସୁଫ୍‌ ପଠାନ୍‌ କୋଭିଡ୍‌ ପଜିଟିଭ୍‌ । ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଟ୍ଵିଟ୍‌ କରି ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିଲା । ଏହା ପରେ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ଏଥିରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ୟୁସୁଫ୍‌ ପଠାନ୍‌ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ସଚିନ୍‌ ଓ ୟୁସୁଫ୍‌ ଦୁଇ ଜଣ ନିକଟରେ ଖେଳାଯାଇଥିବା ରୋଡ୍‌ ସେଫ୍‌ଟି ଓ୍ଵାଲର୍ଡ ସିରିଜ୍‌ ଖେଳି ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.