ଇରଫାନ ପଠାନଙ୍କୁ ଫ୍ୟାନ କହିଲେ ବିରାଟ କୋହଲିଙ୍କ ଚାମଚା, କ୍ରିକେଟର ଏମିତି ଦେଲେ ମୁହଁ ଉପରେ ଜବାବ

ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌କୁ ୮ ଓ୍ଵିକେଟରେ ହାର୍‌ର ସାମ୍ନା କରିବାକୁ ପଡ଼ିଛି, ଯାହା ପରେ ଟିମ୍‌ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ କ୍ୟାପଟେନ୍‌ସି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଟ୍ଵିଟରରେ ଲୋକେ କୋହଲିଙ୍କୁ ତୁରନ୍ତ କ୍ୟାପଟେନ ପଦକୁ ହଟେଇ ଦେବାକୁ ଦାବି କରୁଛନ୍ତି। ତେବେ ଯେଉଁଠି କୋହଲିଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା, ଆଲୋଚନା ହେଉଛି, ସେଠି ତାଙ୍କୁ ପ୍ରଶଂସା କରିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନଙ୍କୁ ଭାରି ପଡ଼ିଯାଇଛି।

ଟ୍ଵିଟରରେ ଜଣେ ଫ୍ୟାନ ଇରଫାନ ପଠାନଙ୍କୁ ବିରାଟ କୋହଲିଙ୍କର ଚାମଚା ବୋଲି କହିଛନ୍ତି। ଫ୍ୟାନ ଜଣକ କହିଛନ୍ତି, ‘କ’ଣ ପଠାନଙ୍କୁ ବିରାଟ କୋହଲିଙ୍କ ପ୍ରଶଂସା କରିବା ପାଇଁ ପଇସା ମିଳୁଛି’। ଫ୍ୟାନଙ୍କ ଏହି ଅଭିଯୋଗ ପରେ ଇରଫାନ ପଠାନ ମଧ୍ୟ ତାଙ୍କ ମୁହଁ ଉପରେ ଜବାବ ଦେଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘କ’ଣ ଆପଣ ମୋତେ ଦୁନିଆର ବେଷ୍ଟ ଖେଳାଳିଙ୍କୁ ପ୍ରଶଂସା କରିବାରେ ଦେଖିବାକୁ ଚାହୁଁ ନାହାନ୍ତି’।

ପଠାନଙ୍କ ଏହି ଟ୍ଵିଟ୍‌ ପରେ ଫ୍ୟାନ ଜବାବ ଦେଇ ଲେଖିଛନ୍ତି, ‘ଯେତିକି ପ୍ରଶଂସା କରିବାର ଅଛି କର, କିନ୍ତୁ ଏମିତି କରନି କି ଆପଣ ଜଣେ ଫ୍ୟାନ ବନିଯାଇଛନ୍ତି। ଏପରିକି, ସବୁଠାରୁ ବେଷ୍ଟ ଖେଳାଳିଙ୍କ ମଧ୍ୟରେ ବି କିଛି ଦୁର୍ବଳତା ନିଶ୍ଚିତ ରହିଥାଏ। ସେହି କଥାଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣ’। ସୂଚନାଥାଉ କି, ବିରାଟ କୋହଲିଙ୍କ କ୍ୟାପଟେନ୍‌ସିରେ ଭାରତ ଆଉ ଏକ ଆଇସିସି ଟୁର୍ନାମେଣ୍ଟ ହାରିଯାଇଛି। ଏ ପର୍ଯ୍ୟନ୍ତ କୋହଲି ଟିମ୍‌ ଇଣ୍ଡିଆକୁ ଗୋଟିଏ ବି ଆଇସିସି ଟୁର୍ନାମେଣ୍ଟର ଟ୍ରଫି ଦେଇପାରି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.