ମୋର ରାଜନୀତିକୁ ଯିବାର କୌଣସି ଇଛା ନାହିଁ, ଏହା ଏକ ଗୁଜବ : ଗମ୍ଭୀର

ନୂଆଦିଲ୍ଳୀ : ଗତ ସପ୍ତାହରେ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀର ନିଜ କ୍ରିକେଟ ଜୀବନରୁ ସନ୍ୟାସ ଗ୍ରହଣ କରିଛନ୍ତି। ଏହାପରେ ସେ ରାଜନୀତିରେ ଯୋଗ ଦେବା ନେଇ ଅନେକ ପ୍ରକାରର କଥା ଶୁଣିବାକୁ ମିଳୁଥିଲା। କିନ୍ତୁ ନିକଟରେ ଏକ ମିଡ଼ିଆ ସମ୍ମିଳନୀରେ ଏହାକୁ ଅସ୍ୱୀକାର କରିଛନ୍ତି ଖେଳାଳୀ । ସେ ଏହା ଏକ ଗୁଜବ ଅଟେ ବୋଲି କହିଛନ୍ତି।

କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତିରେ ସେ ତାଙ୍କ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିଛି ସୂତ୍ରରୁ ସେ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ମଧ୍ୟ କୁହାଯାଉଥିଲା । କିନ୍ତୁ ଏହି ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି କ୍ରିକେଟର।

ମିଡ଼ିଆକୁ ଗମ୍ଭୀର କହିଛନ୍ତି, ମୋର ରାଜନୀତିରେ ଯୋଗ ଦେବାର କୌଣସି ଇଚ୍ଛା ନାହିଁ। ଏହା କେବଳ ଏକ ଗୁଜବ। ଆଉ ସେ ଜାଣିନାହାନ୍ତି ଯେ, ଏପରି ଗୁଜବ କିଏ ସୃଷ୍ଟି କରୁଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଆଗକୁ କେଉଁ ପଦକ୍ଷେପ ନେଉଁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.