ଏମିତି କ’ଣ ହେଲା ଯେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ କ୍ରିସ ଗେଲ, ଭାଇରଲ ହେଉଛି ଭିଡିଓ

ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲ୍ ନିଜ ବ୍ୟାଟିଂ ବଳରେ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ କରିଥାନ୍ତି। ଏମିତିରେ ବି ଯେତେବେଳେ ସେ ମଇଦାନ ବାହାରେ ଥାଆନ୍ତି କିଛି ନା କିଛି ଏଭଳି କାର୍ଯ୍ୟ କରିଥାନ୍ତି ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। ସେସବୁବେଳେ ବିନ୍ଦାସ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି। ହେଲେ ଏବେ ଗେଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାନ୍ଦୁଥିବାର ଦେଖିବାକୁ ମିଳିଛି।

ନିକଟରେ ଇଣ୍ଟରନ୍ଯାସନାଲ ମଦର ଡେ ପାଳନ ହୋଇଥିଲା। ଗେଲ ନିଜ ମା’ଙ୍କୁ ମନେ ପକାଇ ଭାବୁକ ହୋଇ ଯାଇଥିଲେ। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କାନ୍ଦୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଗେଲ୍ କହିଛନ୍ତି ଯେ, ମୁଁ ତୁମକୁ ବହୁତ ଭଲ ପାଏ ମା’। ମୁଁ ଜାଣେ ମୋ ପାଇଁ ଗର୍ବିତ ହେଉଥିବ ତୁମେ। ମୁଁ ତୁମକୁ ବହୁତ ମିସ୍ କରୁଛି ମା’।

ସୂଚନାଥାଉକି, ୨୦୧୮ ମସିହାରେ ଗେଲଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ହୃଦଘାତ କାରଣରୁ ତାଙ୍କ ପରଲୋକ ହୋଇଥିଲା। ଗେଲ ଏହା ପୂର୍ବରୁ ମଧ୍ୟ ବହୁବାର ତାଙ୍କ ମା’ଙ୍କ ମନେ ପକାଇ ଭାବୁକ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

West Indies explosive batsman Chris Gayle

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.