ଭୁବନେଶ୍ୱର (କେନ୍ୟୁଜ୍) : ଯବାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୁଣି ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ଲାଲ ବାହିନୀ। ସହିଦ ଯବାନ ପେଣ୍ଟଟା ଗାଁର ବେଟି ଭୀମା। ଗତକାଲି ରାତିରେ ପ୍ରାୟ ୧୦ ଜଣ ମାଓବାଦୀ ଯବାନଙ୍କୁ ଘରୁ ଉଠାଇ ନେଇଥିଲେ। ଅତି ନିର୍ମମ ଭାବେ ଯବାନଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଅପରେସନ୍କୁ ଜୋରଦାର କରିଛି।