Below header

ଉଗ୍ର ରୂପରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ: ଗୋଟେ ଦିନରେ ହମାସର ୧୩୦ ରକେଟ ଆକ୍ରମଣ, ଭାରତୀୟ ମହିଳାଙ୍କ ମୃତ୍ୟୁ

ଇସ୍ରାଏଲର ପାଲେଷ୍ଟାଇନ ମଧ୍ୟରେ ଉଗ୍ର ରୂପ ଧାରଣ କରିଛି। ଫଳରେ ଗୋଟେ ଦିନରେ ହମାସ ୧୩୦ ରକେଟ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି । ପରିବାର ସଦସ୍ୟ କହିବା ମୁତାବକ ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା । ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା ।

ଦିନକୁ ଦିନ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଆତଙ୍କବାଦୀ ଗୋଷ୍ଠୀ ଗାଜାରେ ଇସ୍ରାଏଲକୁ ରକେଟ୍ ଫିଙ୍ଗିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଏହି ଆକ୍ରମଣରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନଅ ଜଣ ଶିଶୁଙ୍କ ସମେତ ୨୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିଲା ।

ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ହମସା ପକ୍ଷରୁ କରାଯାଇଥିବା ଆକ୍ରମଣର ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଅନେକ ମାତ୍ରାରେ ରକେଟ ଆକାଶରେ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.