ଆସନ୍ତାକାଲି ହାଇଭୋଲଟେଜ ଭାରତ-ପାକିସ୍ତାନ ଲଢେଇ, ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ମ୍ୟାଚ

ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

(କେନ୍ୟୁଜ): ବିଶ୍ବକପ କ୍ରିକେଟରେ ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓ ଆସନ୍ତକାଲି ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟର କିଛି ଜିଲ୍ଳାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶ୍ବକପର କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇ ନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଶା ଯୋଗୁ ବାତିଲ ହୋଇଥିଲା।

ସେହିପରି ଆଜି ଚେନ୍ନାଇରେ ଖେଳାଯିବ ବିଶ୍ୱକପର ଏକାଦଶ ମ୍ୟାଚ୍‌ । ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ । ଏହି ମ୍ୟାଚରେ କିଓ୍ଵି ଟିମ ଫେବାରାଇଟ। ଏହା ପଛର କାରଣ ହେଉଛି ଡେଭିଡ କନେଓ୍ଵ ଓ ମିଚେଲ ସାଣ୍ଟନର ଉଭୟଙ୍କ ଆଇପିଏଲ୍‌ ଅଭିଜ୍ଞାତା ରହିଛି । ଉଭୟେ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି l ଆଉ ଦୁହେଁ ଭଲ ଫର୍ମ ଅଛନ୍ତି । ପୂର୍ଵ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛି ନ୍ୟୁଜିଲାଣ୍ଡ । ଯଦିଓ ଦଳକୁ ଆହୁରି ମ୍ୟାଚ୍‌ ଖେଳିବକୁ ଅଛି । ତଥାପି ସେମିଫାଇନାଲ ଦୌଡ଼ରେ ବେଶ୍‌ ଆଗୁଆ ଜଣାପଡୁଛି କିଓ୍ଵି ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.