ଖୁବ୍ ଜମିଲା ଆଜିର ଖେଳ : କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ୱକପରେ  ଆଜିଠୁ ଆରମ୍ଭ ହୋଇଛି କ୍ୱାର୍ଟର ଫାଇନାଲ୍ ରାଉଣ୍ଡ । ପ୍ରଥମ ଦଳ ଭାବରେ ସେମି ଫାଇନାଲ୍ରେ ପ୍ରବେଶ କରିଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲିଶ ବାହିନୀ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ଦେଇଛି ।

ଆର୍ଜେଣ୍ଟିନାକୁ ୩-୨ ଗୋଲରେ ମାତ୍ ଦେଇଥିଲା ଇଂଲଣ୍ଡ । ଆରମ୍ଭରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଥିଲା । କେହି କାହାରିକୁ ଛାଡିବା ମୁଡରେ ନ ଥଲେ । ପ୍ରଥମ ଗୋଲ ଦେଇଥିଲା ଆର୍ଜେଣ୍ଟିନା । ପରେ ଇଂଲଣ୍ଡ ଦମଦାର ଖେଳ ପ୍ରଦର୍ଶନ କରି ମ୍ୟାଚ ଜିତିବା ସହ ସେମି ଟିକେଟ ହାତେଇ ନେଲା ।

ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି ଅଷ୍ଟ୍ରେଲିଆ । ଯିଏ ହାରିବ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.