Below header

ଆଇସିସି ସେୟାର କଲା ବିଶ୍ୱକପ ୨୦୨୩ର ପୋଷ୍ଟର, ଟ୍ରଫି ସହିତ ନଜର ଆସିଲେ ୧୦ ଟିମର ଅଧିନାୟକ

ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପୋଷ୍ଟର ଜାରି । ୧ ଟ୍ରଫି ସହିତ ୧୦ଟି ଟିମର ଅଧିନାୟକ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ଆନିମେଟେଡ ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍‌ କେମିନ୍ସ ନଜର ଆସିଛନ୍ତି ।

ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପୋଷ୍ଟର ଜାରି ହୋଇଛି । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍‌ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ଆନିମେଟେଡ ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍‌ କେମିନ୍ସ ନଜର ଆସିଛନ୍ତି ।

ପୋଷ୍ଟରରେ ଏମାନଙ୍କ ବ୍ୟତୀତ ରୋହିତ ଶର୍ମା, ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଏବଂ ଅନ୍ୟ ଟିମର ଅଧିନାୟକ ନଜର ଆସିଛନ୍ତି । ଏହି ପୋଷ୍ଟରକୁ ଆଇସିସି ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି । ଜିମ୍ବାେଓ୍ଵରେ ବିଶ୍ୱକପ ୨୦୨୩ କ୍ୱାଲିଫାୟର ପ୍ରତିଯୋଗିତା ଶେଷ ହେବା ପରେ ଆଇସିସି ଏହି ପୋଷ୍ଟର ଜାରି କରିଛି ।

୫ ଅକ୍ଟୋବରୁରୁ ଆରମ୍ଭ ହୋଇ ୧୨ ନଭେମ୍ବର ପର୍ଯ୍ୟନ୍ତ ୪୬ ଦିନ ଯାଏଁ ଚାଲିବ ବିଶ୍ବକପ ମ୍ୟାଚ୍ । ଫାଇନାଲକୁ ମିଶାଇ ୪୮ଟି ମ୍ୟାଚ୍ ଖେଳାଯିବ । ଏହିସବୁ ତକ ମ୍ୟାଚ୍ ୧୦ଟି ଷ୍ଟାଡିୟମରେ ଖେଳାଯିବ ।  ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ଖେଳାଯିବ ।  ବିଶ୍ବକପ୍ ମ୍ୟାଚ ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକତାରେ ହେବ । ହାଇଦ୍ରାବାଦ ଛଡା ଗୌହ୍ବାଟୀ ଏବଂ ତିରୁଅନନ୍ତପୁରମକୁ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ୍ ଖେଳାଯିବ ।

ବିଶ୍ବକପ ୨୦୨୩ରେ ଟିମ୍‌ ଇଣ୍ଡିଆର ସୂଚୀ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)

୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)

୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)

୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)

୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)

୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)

୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)

୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)

୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍‌ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.