ଦିନ ଦ୍ୱିପହରେ ଘରେ ପଶି ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା, ଗତକାଲି କଲେଜରେ ନାମ ଲେଖାଇ ଥିଲେ

ବଲାଙ୍ଗିର ନିଖିଳନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ ଓ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି । ଗତକାଲି କଲେଜରେ ସେ ନାମ ଲେଖାଇ ଥିଲେ । ଶେଷାଦ୍ରୀଙ୍କ ବାପା ମାଆ କାମ କରିବାକୁ ବାହାରକୁ ଯାଇଥିବା ବେଳେ ସେ ଘରେ ଏକାଥିଲେ ।

ବଲାଙ୍ଗିର(କେନ୍ୟୁଜ୍); ବଲାଙ୍ଗିରରେ ବର୍ବର କାଣ୍ଡ। ଦିନ ଦ୍ୱିପହରେ ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା। ଘରେ ପଶି ନାବାଳିକାକୁ ହତ୍ୟା କଲେ ଦୁର୍ବୃତ୍ତ। ବଲାଙ୍ଗିର ନିଖିଳନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ ଓ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି କଲେଜରେ ସେ ନାମ ଲେଖାଇ ଥିଲେ।

ଶେଷାଦ୍ରୀଙ୍କ ବାପା ମାଆ କାମ କରିବାକୁ ବାହାରକୁ ଯାଇଥିବା ବେଳେ ସେ ଘରେ ଏକାଥିଲେ। ପରେ ଘରେ ପଶି ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ବଲାଙ୍ଗିର ଏସ୍‌ପି ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.