ପାକିସ୍ତାନର ଏହି ପରିବାର ନାଁରେ ନିଆରା ବିଶ୍ୱ ରେକର୍ଡ, ଗୋଟିଏ ଦିନରେ ଜନ୍ମଦିନ ପାଳନ୍ତି ମା’, ବାପା ଓ ୭ ପିଲା

ପାକିସ୍ତାନର ଲର୍‌କାନାରେ ରହୁଥିବା ଏକ ପରିବାର ନାଁରେ ରହିଛି ନିଆରା ବିଶ୍ୱ ରେକର୍ଡ । ଖୋଦ୍‌ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ସେମାନଙ୍କ କାହାଣୀ ସେୟାର କରିଛି । ୯ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ଗୋଟିଏ କଥା ସାଧାରଣ ରହିଛି, ତାହା ହେଲା ସେମାନଙ୍କ ଜନ୍ମଦିନ ।

ପାକିସ୍ତାନର ଲର୍‌କାନାରେ ରହୁଥିବା ଏକ ପରିବାର ନାଁରେ ରହିଛି ନିଆରା ବିଶ୍ୱ ରେକର୍ଡ । ଖୋଦ୍‌ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ସେମାନଙ୍କ କାହାଣୀ ସେୟାର କରିଛି । ୯ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ଗୋଟିଏ କଥା ସାଧାରଣ ରହିଛି, ତାହା ହେଲା ସେମାନଙ୍କ ଜନ୍ମଦିନ । ପରିବାରର ସମସ୍ତ ସଦସ୍ୟ ଅଗଷ୍ଟ ୧ରେ ଜନ୍ମ ହୋଇଛନ୍ତି । ଫଳରେ ଏହି ଗୋଟିଏ ଦିନରେ ହିଁ ସମସ୍ତେ ନିଜର ଜନ୍ମଦିନ ପାଳି ଥାଆନ୍ତି ।

ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ଅନୁସାରେ, ପରିବାରରେ ଆମିର ଅଲୀ, ତାଙ୍କ ପତ୍ନୀ ଖୁଦେଜା ଏବଂ ସେମାନଙ୍କର ୭ ପିଲା ଅଛନ୍ତି । ୭ ପିଲାଙ୍କ ମଧ୍ୟରେ ସସୁଇ-ସପନା ହେଉଛନ୍ତି ଯାଅାଁଳା ଭଉଣୀ । ସେହିପରି ଆମିର-ଅମ୍ବର ଓ ଅମ୍ମାର-ଅହମର ଦୁଇ ଯୋଡ଼ା ଯାଅାଁଳା ପୁଅ । ଏମାନଙ୍କ ବ୍ୟତୀତ ସିନ୍ଧୁ ନାମ୍ନୀ ଆଉ ଜଣେ ଝିଅ ମଧ୍ୟ ଅଛି । ସମସ୍ତଙ୍କ ବୟସ ୧୯ରୁ ୩୦ ବର୍ଷ ମଧ୍ୟରେ ରହିଛି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ୭ ପିଲାଙ୍କ ସହ ସେମାନଙ୍କ ବାପା, ମାଆଙ୍କ ଜନ୍ମଦିନ ମଧ୍ୟ ଅଗଷ୍ଟ ୧ରେ ପଡ଼ିଥାଏ । ସମସ୍ତେ ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହୋଇଥିଲେ ମଧ୍ୟ ମାସ ଏବଂ ତାରିଖ କିନ୍ତୁ ସମାନ ରହିଛି । କୌଣସି ବି ପରିବାରରେ ଏତେ ଜଣ ସଦସ୍ୟଙ୍କ ଜନ୍ମଦିନ ଏକାଠି ପଡ଼ି ନ ଥାଏ । ଏପରି କି, ପ୍ରତ୍ୟେକ ପିଲା ନିର୍ମାଲ ଭାବରେ ଜନ୍ମ ହୋଇଛନ୍ତି । ଏହି ରେକର୍ଡ ପୂର୍ବରୁ ୟୁଏସ୍‌ଏର କମିନ୍ସ ପରିବାରର ୫ ପିଲାଙ୍କ ନାଁରେ ଥିଲା, ଯେଉଁମାନେ ୧୯୫୨ ଏବଂ ୧୯୬୬ ମସିହା ମଧ୍ୟରେ ଫେବୃୟାରୀ ୧୦ରେ ଜନ୍ମ ହୋଇଥିଲେ ।

ତେବେ ପାକିସ୍ତାନୀ ଦମ୍ପତି ଆମିର ଓ ଖୁଦେଜାଙ୍କ ପାଇଁ ଅଗଷ୍ଟ ୧ ଆହୁରି ମଧ୍ୟ ଏକ କାରଣ ଯୋଗୁ ଖାସ୍‌ ରହିଛି । କାରଣ, ଏହି ତାରିଖରେ ସେମାନଙ୍କ ବିବାହ ବାର୍ଷିକୀ ମଧ୍ୟ ପଡ଼ିଥାଏ । ଦମ୍ପତି ଏହାକୁ ‘ଈଶ୍ୱରଙ୍କ ଉପହାର’ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.