ଫିଲ୍ମ ‘OMG 2’ କୁ ନେଇ ରିଭ୍ୟୁ କମିଟି ବସାଇଲା ସେନ୍ସର ବୋର୍ଡ, ଖୁବଶୀଘ୍ର ସାମ୍ନାକୁ ଆସିବ ନିଷ୍ପତ୍ତି

ବଲିଉଡ ଷ୍ଟାର ଅକ୍ଷୟ କୁମାର ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ଟ୍ରେଲର ରିଲିଜ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା । ଫିଲ୍ମକୁ ନେଇ ସେନ୍ସର ବୋର୍ଡ ରିଭ୍ୟୁ କମିଟି ଡାକିଛି। ଏହାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ଆସିବ ।

ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । କିନ୍ତୁ ଫିଲ୍ମକୁ ନେଇ ସେନ୍ସର ବୋର୍ଡ ଏକ ରିଭ୍ୟୁ କମିଟି କରିଛି । କମିଟିର ବୈଠକ ପରେ ଫିଲ୍ମକୁ ନେଇ ନିଷ୍ପତ୍ତି ଆସିବ ।

ଭଗବାନ ଏବଂ ଭକ୍ତ ମଧ୍ୟରେ ଥିବା ସଂପର୍କକୁ ଦେଖାଉଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଃ ମାଇଁ ଗଡ ୨’ରେ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ନଜର ଆସିବେ ।ଫିଲ୍ମରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ । ପୂର୍ବରୁ ଏହି ଫିଲ୍ମ ଟିଜର ରିଲିଜ ହୋଇଥିଲା । ଏଥିରେ ଅକ୍ଷୟ କୁମାରଙ୍କ ଅନେକ ପ୍ରଶଂସା କରିଥିଲେ ଫ୍ୟାନ୍ସ । ପ୍ରଥମ ଫିଲ୍ମ ସୁପରହିଟ୍‌ ହୋଇଥିବା ବେଳେ ଏବେ କିଛି ଲେକ ଏହାକୁ ନେଇ ଆପତ୍ତି ଜାହିର କରିଛନ୍ତି । ଆଉ ଏଥିପାଇଁ ଓଏମଜି ୨କୁ ସେନ୍ସର ବୋର୍ଡ ଫିଲ୍ମ ରିଭ୍ୟୁ କମିଟି ପାଖକୁ ପଠାଇଛି । ରିଭ୍ୟୁ କମିଟିର ବୈଠକ ପରେ ଫିଲ୍ମକୁ ନେଇ ନିଷ୍ପତ୍ତି ଆସିବ । ଫିଲ୍ମରେ ୟାମି ଗୌତମଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ନିଜର ଦମଦାର ଅଭିନୟ ବଳରେ ଲୋକଙ୍କୁ ମନୋରଂଜନ କରିଛନ୍ତି ଅକ୍ଷୟ କୁମାର । ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ପ୍ରାୟ ୩୦ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ୧୧ ଅଗଷ୍ଟରେ ଫିଲ୍ମ ‘ ଓଃ ମାଇ ଗଡ୍ ୨’ରିଲିଜ ହେବ । ଏହି ଫିଲ୍ମର ଟ୍ରେଲର ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଛି ।

 

View this post on Instagram

 

A post shared by Akshay Kumar (@akshaykumar)

ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଅକ୍ଷୟ କୁମାର ତାଙ୍କ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ଡାଇଲଗକୁ ନେଇ ହଙ୍ଗାମା ହେବା ପରେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ରିଭ୍ୟୁ କମିଟିକୁ ହସ୍ତାନ୍ତର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.