ଦିଲ୍ଲୀର ଭିଆଇପି ଅଞ୍ଚଳରେ ପଶିଲା ପାଣି, ଟ୍ରାଫିକ ଆଡଭାଇଜରୀ ଜାରି

ଯମୁନା ନଦୀର ଜଳସ୍ତର ବଢୁଥିବାରୁ ଦିଲ୍ଲୀର ବିଭିନ୍ନ ଭିଆଇପି ଅଞ୍ଚଳରେ ପାଣି ପଶିଛି । ଏଥିପାଇଁ ଅନେକ ରାସ୍ତା ବନ୍ୟା ପାଣିରେ ବୁଡିଥିବା ବେଳେ ଅନେକ ରାସ୍ତା ବନ୍ଦ ପଡିଛି । ଏଥିପାଇଁ ଦିଲ୍ଲୀ ପୋଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି ।

ବଢି ଚାଲିଛି ଯମୁନା ନଦୀର ଜଳସ୍ତର । ଆଉ ବଢିଚାଲିଛି ଦିଲ୍ଲୀବାସୀଙ୍କ ସମସ୍ୟା । ଅନେକ ଭିଆଇପି ଅଞ୍ଚଳରେ ପାଣି ପଶିଛି । ରାସ୍ତାଘାଟ ପାଣି ପଶିଥିବାରୁ ଅନେକ ରୁଟ୍‌ ବନ୍ଦ ହୋଇପଡିଛି । ଟ୍ରେନ ଲାଇନରେ ପାଣି ପଶିଥିବାରୁ ମେଟ୍ରୋ ଟ୍ରେନ ବାତିଲ ହୋଇଛି । ଯମୁନା ନଦୀର ଜଳସ୍ତର ବଢିବା ଯୋଗୁଁ ରିଙ୍ଗ ରୋଡ ଆଇଟିଓ, ସିଭିଲ ଲାଇନ୍ସ ଅଞ୍ଚଳ ଏବଂ କରନାଲ ଜିଟି ରୋଡ ସମେତ ଅନେକ ଅଞ୍ଚଳରେ ପାଣି ପସିଛି । ଏହାର ପ୍ରଭାବ ଯାତାୟତ ଉପରେ ପଡିଛି । ଆଉ ଏଥିପାଇଁ ଟ୍ରାଫିକ ଜାମ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡଭାଇଜରୀ ଜାରି କରିଛି ଦିଲ୍ଲୀ ପୋଲିସ ।

ଟ୍ରାଫିକ ପୋଲିସ ଆଡଭାଇଜାରୀ ଅନୁସାରେ, ଉତ୍ତର ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଯିବା ଆସିବା କରିବା ପାଇଁ ଆଇଟର ରିଙ୍ଗ ରୋଡ ତରଫରୁ ଓ୍ଵଜିରାବାଦ ବ୍ରିଜ, ମାର୍ଜିନାଲ ରାସ୍ତା, ପୁସ୍ତା ରୋଡ ଏବଂ ବିକାଶ ମାର୍ଗ ହୋଇ ଯିବାକୁ ପଡିବ । ଏହାଛଡା ଅରିହନ୍ତ ମାର୍ଗ, ମହାତ୍ମାଗାନ୍ଧି ମାର୍ଗ ଏବଂ ବିକାଶ ମାର୍ଗ ରାସ୍ତା ଦେଇ ମଧ୍ୟ ଆପଣ ଯାଇପାରିବେ ।

ପୂର୍ବ ଏବଂ ପଶ୍ଚିମ ଦିଲ୍ଲୀ ମଧ୍ୟରେ ଯିବାକୁ ରହିଛି, ତେବେ ପଞ୍ଜାବୀ ବାଗ୍‌ ଛକ ତରଫରୁ ରିଙ୍ଗ ରୋଡ, ଅରିହନ୍ତ ମାର୍ଗ, ଆଉଟର ରିଙ୍ଗ ରୋଡ ଏବଂ ଓ୍ଵଜିରାବାଦ ବ୍ରିଜ ହୋଇ ଯାଇପାରିବେ । ରିଙ୍ଗ ରୋଡର କିଛି ଭାଗରେ ପାଣି ପଶିଛି । ତେଣୁ ଏହାର ଟ୍ରାଫିକୁ ଡାଇଭର୍ଟ କରାଯାଇଛି । ଜିଟି କର୍ନାଲ ରୋଡରେ ବନ୍ୟା ପାଣି ଚାଲିଛି । ମଥୁରା ରୋଡ ଟ୍ରାଫିକ ବନ୍ଦ ପଡିଛି । ସିଗ୍ନେଚର ବ୍ରିଜ ନିକଟରେ ଏନଡିଆରଏଫ ଟିମ୍‌ ଆଲର୍ଟ ରହିଛି । ନିଗମ ବୋଧ ଘାଟରେ ଅନ୍ତିମ ସଂସ୍କାର ହୋଇପାରୁନାହିଁ ।

ବନ୍ୟା ପାଣି ପଶିବାରୁ ମହାତ୍ମା ଗାନ୍ଧି ରୋଡ, ଆଇପି ଫ୍ଲାଏଓଭର, କାଲିଘାଟ ମନ୍ଦିର, ଦିଲ୍ଲୀ ସେକ୍ରେଟିଏଟ୍‌, ଓ୍ଵଜିରାବାଦ ବ୍ରିଜ ନିକଟରେ ଟ୍ରାଫିକ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.