ସାଉଦି ପୋଷାକ ପିନ୍ଧି ବିଳାସପୂର୍ଣ୍ଣ କାର୍‌ କିଣିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଏମିରାତି ସମାଜକୁ ଅପମାନିତ କରିବା ଅଭିଯୋଗରେ ଧରିଲା UAE ପୋଲିସ

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା ନୋଟ୍ ସହିତ ଏକ କାର୍ ଶୋ’ ରୁମ୍‌ରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା ।

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା ନୋଟ୍ ସହିତ ଏକ କାର୍ ଶୋ’ ରୁମ୍‌ରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ଏହି ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି । ସାଉଦି ସମାଜକୁ ଅପମାନିତ କରିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍ସ ପୋଲିସ ଭିଡିଓ କ୍ରିଏଟରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି ।

ବାସ୍ତବରେ, ଏହି ଭିଡିଓରେ ବ୍ୟକ୍ତି ନିଜକୁ ୟୁଏଇ ନାଗରିକ ବୋଲି ଦେଖାଇବା ପାଇଁ ସେହିପରି ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ପରେ ସେ ଦୁଇଜଣ ବ୍ୟକ୍ତିଙ୍କ ସହିତ କ୍ୟାସ୍‌ର ଏକ ବଡ଼ ଟ୍ରେ ଧରି ବିଳାସପୂର୍ଣ୍ଣ କାର୍‌ ଶୋ’ ରୁମ୍‌କୁ ପ୍ରବେଶ କରୁଛନ୍ତି । ବ୍ୟକ୍ତି ଜଣକ ବହୁ ନଗଦ ଟଙ୍କା ସହିତ ବିଳାସପୂର୍ଣ୍ଣ କାର୍‌ କିଣିବାର ନାଟକ ମଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ସେ ଆରବୀୟ ଉଚ୍ଚାରଣ ସହିତ ଇଂରାଜୀ କହି ସର୍ବାଧିକ ମୂଲ୍ୟର କାର୍‌ ଦେଖାଇବାକୁ ଦାବି କରୁଛନ୍ତି । ଏହି ସମୟରେ ସେ କାର୍ ଶୋ’ ରୁମ୍‌ରେ କର୍ମଚାରୀଙ୍କୁ ଦିରହମ୍‌ର କିଛି ବିଡ଼ା ମଧ୍ୟ ଦେଉଛନ୍ତି ।

କହି ରଖୁଛୁ କି, ଶୋ’ରୁମ୍ କର୍ମଚାରୀମାନେ ବ୍ୟକ୍ତିଙ୍କୁ ୨.୨ ମିଲିୟନ୍ ଦିରହମ୍ ଅର୍ଥାତ୍‌ ପାଖାପାଖି ୬ ଲକ୍ଷ ଡଲାର ପର୍ଯ୍ୟନ୍ତ କାର୍ ଦେଖାଇଥିଲେ । ଶେଷରେ କିନ୍ତୁ ବ୍ୟକ୍ତି କାର୍ ନେବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ସେ ଯେମିତି ଦରକାର କରୁଛନ୍ତି, ସେପରି ମହଙ୍ଗା କାର୍‌ ଏହା ନୁହେଁ । ଏହାପରେ ରୋଲ୍ସ-ରୋୟସ୍ ସମେତ ଚାରିଟି ମହଙ୍ଗା କାର୍ ଅର୍ଡର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏହି ଘଟଣାରେ ସାଉଦି ସମାଜକୁ ଅପମାନିତ କରିଥିବା ନେଇ ଭିଡିଓ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ୟୁଏଇ ଜନସାଧାରଣଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛନ୍ତି । ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ଏତିକି ନୁହେଁ, ୟୁଏଇ ପୋଲିସ କାର ଶୋ’ ରୁମ୍‌ର ମାଲିକଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଛି । ଏହା ସହିତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏପରି ନକଲି ଭିଡିଓ ନ ଦେଖିବାକୁ ପରାମର୍ଶ ଦେଇଛି ।

 

View this post on Instagram

 

A post shared by The Tatva (@thetatvaindia)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.