ପ୍ରଥମ ଟି-୨୦ : ମୋହାଲିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ମୋହାଲି ପ୍ରଥମ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ୧୫୯ ରନ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ ୬୦ ରନ କରିଥିବା ବେଳେ ରିଙ୍କୁ ସିଂ ୧୬ ରନ କରି ଅପରାଜିତ ରହିଥିଲେ ।

ମୋହାଲି (କେନ୍ୟୁଜ): ମୋହାଲି ପ୍ରଥମ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ୧୫୯ ରନ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ ୬୦ ରନ କରିଥିବା ବେଳେ ରିଙ୍କୁ ସିଂ ୧୬ ରନ କରି ଅପରାଜିତ ରହିଥିଲେ ।

ସେହିପରି ଜିତେଶ ଶର୍ମା ୩୧, ତିଲକ ବର୍ମା ୨୬, ଶୁଭମନ ଗିଲ୍ ୨୩ରନ କରିଥିଲେ। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରିଥିଲେ । ତେବେ ଗୁରୁବାଜ ୨୩ ରନ ଓ ଜଦରାନ ୨୫ ରନରେ ଆଉଟ ହୋଇଥିଲେ ।

ସେହିପରି ମହମ୍ମଦ ନବି ୪୨ ରନ ଓ ଅଜମାତୁଲ୍ଲା ୨୯ ରନ କରିଥିଲେ । ନଜିବୁଲ୍ଲା ଜଦରାନ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତ- ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାର ଦିନ ଇନ୍ଦୋର ଠାରେ ଓ ତୃତୀୟ ଟି ଟ୍ବେଣ୍ଟି ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.