ଜାତୀୟ ସଙ୍ଗୀତ ଗାନ ବେଳେ ଭାବୁକ ହୋଇପଡ଼ିଲେ ଭାରତୀୟ କ୍ରିକେଟର, ଆଖିରୁ ଝରିଗଲା ଧାର ଧାର ଲୁହ; ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ସିରିଜ୍‌ର ତୃତୀୟ ମୁକାବିଲା ଖେଳାଯାଉଛି। ଗୁରୁବାର ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଯୁବା କ୍ରିକେଟର ମହମ୍ମଦ ସିରାଜ ବହୁତ ଭାବୁକ ହୋଇପଡ଼ିଥିଲେ। ସିଡ୍‌ନୀ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଭାରତର ଜାତୀୟ ସଙ୍ଗୀତ ଗାନ ହେଲା, ସେତେବେଳେ ଅନ୍ୟ ଖେଳାଳିଙ୍କ ସହ ମହମ୍ମଦ ସିରାଜ ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ।

ଜାତୀୟ ସଙ୍ଗୀତ ଗାନ କରିବା ବେଳେ ମହମ୍ମଦ ସିରାଜ ବହୁତ ଭାବୁକ ହୋଇପଡ଼ିଥିଲେ ଓ ତାଙ୍କ ଆଖିରୁ ଲୁହ ଝରିଆସିଥିଲା। ଏହା ମହମ୍ମଦ ସିରାଜଙ୍କ ପାଇଁ କେବେ ବି ଭୁଲି ନ ପାରିବା ଭଳି ମୁହୂର୍ତ୍ତ ଥିଲା।

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ ମହମ୍ମଦ ସିରାଜଙ୍କୁ ମହମ୍ମଦ ସାମି ଆହତ ହେବା ପରେ ମେଲବୋର୍ଣ୍ଣ ଟେଷ୍ଟରେ ଡେବ୍ୟୁ କରିବା ମଉକା ମିଳିଛି। ନିଜ ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ମହମ୍ମଦ ସିରାଜ ୫ ଓ୍ଵିକେଟ୍‌ ନେବା ସହ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଥିଲେ।

ପ୍ରକାଶ ଯେ ଅଷ୍ଟ୍ରେଲିଆ ଗସ୍ତ ବେଳେ ମହମ୍ମଦ ସିରାଜଙ୍କ ପିତାଙ୍କ ନିଧନ ହୋଇଛି। ତଥାପି ସେ ଭାରତ ଫେରିନଥିଲେ। ସେ ଅଷ୍ଟ୍ରେଲିଆରେ ହିଁ ରହିବାକୁ ନିଷ୍ପତ୍ତି ନେଇଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ମା’ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ତାଙ୍କ ମା’ କହିଥିଲେ, ଯାହା ତୁମ ବାପା ଚାହୁଁଥିଲେ ତୁମେ ସେଇୟା ହିଁ କର, ଭାରତ ପାଇଁ ଖେଳ।

You might also like