ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୩୧ରେ ଅଲଆଉଟ୍‌, ଭାରତକୁ ଦରକାର ୧୪୫ ରନ୍‌

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ବାଂଲାଦେଶ ଆରମ୍ଭ କରିଥିଲା ଦ୍ୱିତୀୟ ଇନିଂସ । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ତେବେ ଭାରତକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ଆଉ ମାତ୍ର ୧୪୫ ରନ୍‌ ଦରକାର ।

ବାଂଲାଦେଶ ତରଫରୁ ଜାକିର ହସନ ୫୧ ରନ୍‌ ଏବଂ ଲିଟନ ଦାସ ୭୩ ରନ୍‌ କରି ବାଂଲାଦେଶର ସ୍ଥିତି ମଜବୁତ କରିଥିଲେ । ନୁରୁଲ ହସନ ୩୧ ରନ୍‌, ତସ୍କିନ ଅହମଦ ୩୧ ରନ୍‌ କରି ଅପରାଜିତ ରହିଛନ୍ତି। ଏମାନଙ୍କ ଛଡା ଆଉ କୌଣସି ଖେଳାଳି ୨୦ ରନ୍‌ ମଧ୍ୟ ଅତିକ୍ରମ କରିପାରିନଥିଲେ । ତେବେ ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି, ଅଶ୍ୱିନ ଏବଂ ସିରାଜ ୨ଟି, ଉମେଶ ଯାଦବ ଏବଂ ଜୟଦେବ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

ଭାରତ ପ୍ରଥମ ଇନିଂସରେ ପନ୍ତ ୯୩ ଓ ଆୟର ୮୭ ରନ କରି ୩୧୪ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ବାଂଲାଦେଶ ଠାରୁ ୮୭ ରନର ଅଗ୍ରଣୀ ହାସଲ କରି ନେଇଥିଲା ।

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସରେ ବିନା କୌଣସି ୱିକେଟ ହରାଇ ୭ ରନ କରିଥିଲା। ଆଜି ଖେଳ ଆରମ୍ଭ ହେବା ମାତ୍ରେ ଭାରତୀୟ ବୋଲରମାନେ ନିୟମିତ ୱିକେଟ ନେଇ ଚାଲିଥିଲେ। କିଛି ସମୟ ପାଇଁ ଜାକିର ହାସନ ଓ ପରେ ଲିଟନ ଦାସ ଏବଂ ତସ୍କିନ ଲଢ଼େଇ କରିଥିଲେ ହେଁ ଏହା ଭାରତ ଭଳି ଶକ୍ତିଶାଳୀ ଦଳକୁ ବଡ଼ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ହୋଇ ନଥିଲା।

ଜାକିରଙ୍କ ୫୧, ଲିଟନ ଦାସଙ୍କ ୭୩ ଓ ତସ୍କିନ ଅହମଦଙ୍କ ଅପରାଜିତ ୩୧ ରନକୁ ଛାଡ଼ି ବାଂଲାଦେଶର ଅନ୍ୟ ବ୍ୟାଟରମାନେ ବଡ଼ ସ୍କୋର କରି ପାରିନାହାନ୍ତି। ଓପନର ନଜମୁଲ ହୁସେନ ସାଣ୍ଟୋ ୫, ମୋମିନୁଲ ହକ ୫, ସାକିବ ଅଲ ହାସନ ୧୩, ମୁସଫିକର ରହିମ ୯, ମେହଦୀ ହାସନ ମିରଜା ୦, ନୁରୁଲ ହାସନ ୩୧, ତାଇଜୁଲ ଇସଲାମ ୧ ଓ ଖାଲେଦ ଅହମଦ ୪ ରନ କରିବାକୁ ସକ୍ଷମ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.