ପିଚ୍‌ରେ ଦେଖିବାକୁ ମିଳିଲା ପାକିସ୍ତାନୀ ଖେଳାଳିଙ୍କ ମୁର୍ଖାମୀ, ଆଉଟ୍‌ ହେବା ପରେ ପଡ଼ିଆରେ ବସି କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଅଣ୍ଡର-୧୯ ଓ୍ଵାର୍ଲ୍ଡ କପ୍‌ର ସେମିଫାଇନାଲ ମୁକାବିଲା ଚାଲିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା ଓ ଭାରତୀୟ ଖେଳାଳି ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ଖସାଇ ପାକିସ୍ତାନର ସବୁ ପ୍ଲାନ୍‌କୁ ଫେଲ୍‌ କରିଦେଇଛନ୍ତି। ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ରନ୍‌ ନେବାକୁ ଗୋଟିଏ ଦିଗକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଧ୍ରୁବ ଜୁରେଲ ତାଙ୍କୁ ସହଜରେ ରନ୍‌ ଆଉଟ୍‌ କରି ଦେଇଥିଲେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ପାକିସ୍ତାନର ସ୍କୋର ୧୧୮ ରନ୍‌ ରହିଛି ଓ ୩ଟି ଓ୍ଵିକେଟ୍‌ ଖସିଛି। ରବି ବିଶ୍ରାଇଙ୍କ ବଲରେ କାସିମ ଅକ୍ରମ ସଟ୍‌ ଖେଳି ରନ୍‌ ନେବାକୁ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ଅନ୍ୟପଟେ ରନ୍‌ ପାଇଁ ଅଧିନାୟକ ରୋହେଲ ନଜିର ପ୍ରସ୍ତୁତ ନଥିଲେ। କ୍ରିଜ୍‌ର ଅଧା ଯାଏଁ ଆସିବା ପରେ କାସିମ ଆର ପଟକୁ ଦୌଡ଼ିବାକୁ ଲାଗିଥିଲେ। ସେତେବେଳେ ଅଥର୍ବ ଅନକୋଲେକରଙ୍କ ପାଖରେ ବଲ୍‌ ଥିଲା। ସେ କିପର ଧ୍ରୁବ ଜୁରେଲଙ୍କୁ ବଲ ଫିଙ୍ଗିଥିଲେ ଓ ତାଙ୍କୁ ରନ୍‌ ଆଉଟ୍‌ କରି ଦେଇଥିଲେ। ଏଥିସହ କାସିମ ଅକରମ ୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

cricket

ସୂଚନାଯୋଗ୍ୟ ଯେ ଏହି ମ୍ୟାଚ୍‌ରେ ପାକିସ୍ତାନ ପୂରା ୫୦ ଓଭର ଖେଳିପାରିନଥିଲା। ୧୭୨ ରନ୍‌ରେ ପାକିସ୍ତାନର ସମସ୍ତ ଖେଳାଳି ଅଲଆଉଟ୍‌ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.