Below header

‘ଦାନ୍ତ ଦେଖାଅନି, ବୋଲିଂ କର’ : ଲାଇଭ ମ୍ୟାଚରେ ଚହଲଙ୍କୁ ଟ୍ରୋଲ କଲେ ରୋହିତ, ଭିଡିଓ ଭାଇରଲ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ୬ଓ୍ଵିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ୩ ଟିକିଆ ସିରିଜ୍‌ରେ ୧-୦‌ରେ ଆଗୁଆ ହୋଇଯାଇଛି ଭାରତ । ଦଳର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଅଧିନାୟକ ରୋହିତ ଶର୍ମା । ବ୍ୟାଟ୍‌ରେ କମାଲ କରି ୧୮ ବଲରୁ ୪୦ ରନ କରିଥିଲେ ରୋହିତ । ଏହା ସହିତ ଅଧିନାୟକତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ହିଟ୍‌ ମ୍ୟାନ୍‌ ।

ରୋହିତ ଶର୍ମା ଅଧିନାୟକ ହେବାପରେ ଦଳରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି । ଖେଳାଳିମାନେ ଥଣ୍ଡା ମିଜାଜ୍‌ରେ ଖେଳୁଛନ୍ତି ଏବଂ ମ୍ୟାଚ୍‌ ବେଳେ ଥଟ୍ଟା ମଜ୍ଜା ବି କରୁଛନ୍ତି । ମ୍ୟାଚ୍‌ ମଝିରେ ନିଜେ ଅଧିନାୟକ, ସାଥୀ ଖେଳାଳିଙ୍କ ସହ ଏମିତି କଥା ହେଉଛନ୍ତି ଯାହାକି ପରେ ଚର୍ଚ୍ଚାକୁ ଆସୁଛି ।

ଏମିତି କିଛି ଘଟଣା ପ୍ରଥମ ଟି ୨୦ରେ ଘଟିଥିଲା । ଲେଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କୁ ରୋହିତ ଟ୍ରୋଲ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ରୋହିତ କହୁଛନ୍ତି, ‘ଦାନ୍ତ୍‌ ମତ୍‌ ଦିଖା ଉସକୋ, ଚାଲ୍‌ ବୋଲିଂ କର୍‌ (ଦାନ୍ତ ଦେଖାନି ବୋଲିଂ କର୍)’। ଅବଶ୍ୟ ରୋହିତ ଶର୍ମା ରାଗିକି ଏମିତି କହିନାହାନ୍ତି । ଥଟା ମଜାରେ ସାଥି ଖେଳାଳିଙ୍କୁ ଏଭଳି କହିଛନ୍ତି । ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।


ପ୍ରଥମ ଟି-୨୦ ମ୍ୟାଚରେ୧୫ ତମ ଓଭର ବୋଲିଂ କରୁଥିଲେ ଚହଲ । ପ୍ରଥମ ବଲ୍‌ରେ ହିଁ ନିଜ ସ୍ପିନ୍‌ ଯାଦୁରେ ପୋଲାର୍ଡକୁ ବିଟ୍‌ କରିଥିଲେ ଚହଲ । କିନ୍ତୁ ଏକ ରନ୍‌ କରିଥିଲେ ପୋଲାର୍ଡ । ଯାହାକୁ ନେଇ ଚହଲ ହସିବାକୁ ଲାଗିଥିଲେ । ଏତିକି ବେଳେ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମା ଚହଲକୁ ଦାନ୍ତ ନଦେଖାଇ ବୋଲିଂ କରୁଥିବାକୁ କହିଥିଲେ । ହିଟ୍‌ ମ୍ୟାନ୍‌ଙ୍କ ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକ୍‌ରେ ସ୍ପଷ୍ଟ ଶୁଣାଯାଉଥିଲା ।

ତେବେ ଏହି ଭିଡିଓ ପରେ ବେଶ ଭାଇରଲ ହୋଇଥିଲା। ଫଳରେ କ୍ରିକେଟ ଫ୍ୟାନ୍ସ ରୋହିତ କାହିଁକି ଏମିତି କହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ମାତ୍ର ୧୮.୫ ଓଭରରେ ୪ ଓ୍ଵିକେଟ ହରାଇ ୧୬୨ ରନ୍‌ କରି ମ୍ୟାଚ୍‌ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.