ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜକୁ ନେଇ ବଡ ଘୋଷଣା; ବିନା ଦର୍ଶକରେ ଖେଳାଯିବ ମ୍ୟାଚ
ଫେବୃଆରୀ ୬ ରୁ ୧୧ ପର୍ଯ୍ୟନ୍ତ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଏହି ମ୍ୟାଚ୍ ଅହମ୍ମଦାବାଦ ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ପାଇଁ ଦର୍ଶକଙ୍କ ଉପସ୍ଥିତି ସମ୍ପର୍କରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ଜିସିଏ ନିଶ୍ଚିତ କରିଛି ଯେ କରୋନା ମହାମାରୀକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ତିନିଟି ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବ। ଏହାର ଅର୍ଥ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବାକୁ ଅନୁମତି ଦିଆଯିବ ନାହିଁ।
We are all set to host West Indies Tour of India ODI Series 2022.
1st ODI on 6th of Feb will be a very special and historic match as India will be playing it’s 1000th ODI. Indian team will be the first cricket team in the world to achieve this feat.@BCCI#INDvsWI #teamindia pic.twitter.com/OUD7nipQZr
— Gujarat Cricket Association (Official) (@GCAMotera) February 1, 2022
ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଟୁଇଟ୍ କରି କହିଛି ଯେ, ଆମେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚର ଆୟୋଜନ କରୁଛୁ । ୬ ଫେବୃଆରୀକୁ ହେବାକୁ ଥିବା ଏହି ମ୍ୟାଚ ଐତିହାସିକ ହେବ । କାରଣ ଭାରତ ତାର ୧୦୦୦ତମ ମ୍ୟାଚ ଖେଳିବାକୁ ଯାଉଛି । ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ସବୁ ମ୍ୟାଚ ବିନା ଦର୍ଶକରେ ଖେଳାଯିବ ।
ସେହିପରି ପଶ୍ଚିମବଙ୍ଗ ସରକାର ମଧ୍ୟ ଗାଇଡଲାଇନ ଆଣିଛନ୍ତି । ଗାଇଡଲାଇନ ଅନୁସାରେ ୭୫ ପ୍ରତିଶତ ଦର୍ଶକରେ ମ୍ୟାଚ ଆୟୋଜନ ହେବ । ଅର୍ଥାତ ପାଖାପାଖି ୫୦ ହଜାର ଦର୍ଶକରେ ମ୍ୟାଚ ଆୟୋଜିତ ହେବ । ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ କୋଲକାତାର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ।