ଜାଣଛନ୍ତି କି ଏଭରେଷ୍ଟ ଚଢିବାକୁ କେତେ ଖର୍ଚ୍ଚ ହୁଏ ?

ଦର୍ଶକବନ୍ଧୁ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ବୁଲିବାକୁ ପସନ୍ଦ କରନ୍ତିନି । ଆଉ ଯଦି ପାହାଡ ପର୍ବତ ଝରଣା ନଦୀ କଥା କହିବେ ତେବେତ ଇଚ୍ଛା ନତିଲେ ବି ଇଚ୍ଛା ଆପେ ଆପେ ହୋଇଯାଏ । ପ୍ରାୟ କେତେକଙ୍କର ଡ୍ରିମ ଡେଷ୍ଟିନେସନ ପାହାଡିଆ ଅଞ୍ଚଳ ଥାଏ । କିଏ ବୁଲିବାକୁ ଆସନ୍ତି ତ କିଏ ଚଢିବାକୁ । ହେଲେ ପାହାଡ ଚଢିବା କଣ ସହଜ । ହୁଏତ ମନବଳ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ସାଥ ଦେଇପାରେ ହେଲେ ଏମିତି ପର୍ବତ ରହିଛି ଯାହା ଉପରେ ଚଝିବାର ସ୍ୱପ୍ନ ଦେଖିଲେ ଆପଣଙ୍କୁ ପ୍ରଥମେ ରୋଜଗାର କରିବାକୁ ହେବ । କାରଣ ଏଠି ପାହାଡ ଚଢିଲେ ଆପଣଙ୍କୁ କେତେ ଖର୍ଚ୍ଚ ଦରକାର ତାହା ହୁଏତ ଆପଣଙ୍କୁ ଜଣାନଥାଇପାରେ ।

ଦୁନିଆରେ ସବୁଠୁ ଉଚ୍ଚ ପର୍ବତମାଳା ହେଉଛି ମାଉଣ୍ଟ ଏଭରେଷ୍ଟ । ମାଉଣ୍ଟ ଏଭରେଷ୍ଟ ହିମାଳୟ ପର୍ବତର ଅଂଶ ଅଟେ । ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏହା ନେପାଳ ଓ ତିବ୍ଦତ ମଧ୍ୟରେ ରହିଛି । ଏହାକୁ ନେପାଳରେ ସାଗରମାଥା ଅର୍ଥାତ ସ୍ୱର୍ଗର ଦ୍ୱାର କୁହାଯାଏ । ଏବଂ ତିବ୍ଦତରେ ଏହାର ନାମ ପର୍ବତର ରାଣୀ ବୋଲି ରଖାଯାଇଛି । ଯେଉଁ ଲୋକେ ଦୁନିଆରେ କିଛି ଆଡଭେଞ୍ଚର କରିବାକୁ ଚାହାନ୍ତି ସେମାନଙ୍କର ସ୍ୱପ୍ନ ଥାଏ କି ମାଉଣ୍ଟ ଏଭେରେଷ୍ଟରେ ଥରେ ଚଢିବା । କିନ୍ତୁ ଏହା ସମସ୍ତେ କରିପାରିବେ ନାହିଁ । ଏହି ପର୍ବତର ଶିଖରରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାର ଆବଶ୍ୟକତା ରହିଛି । ପ୍ରକୃତରେ ଆପଣ ଯେତେ ଯେତେ ଶିଖର ଦିଗରେ ଗତି କରିବେ ଏଠାରେ ଅକ୍ସିଜେନର କମି ଦେଖିବାକୁ ମିଳେ । ଆଉ ସେଥିପାଇଁ ପର୍ବତାରୋହୀଙ୍କୁ ନିଜ ସହ ମେଡିକାଲ ସାମଗ୍ରୀ ମଧ୍ୟ କିଛି ନେବାକୁ ପଡିଥାଏ । ଯାହା ବେଶୀ ଖର୍ଚ୍ଚ କରାଇଥାଏ ।

୨୯ମେ ୧୯୫୩ରେ ନ୍ୟୁଜିଲ୍ୟାଣ୍ଡର ଏଡମୁଣ୍ଡ ହିଲାରୀ ଏବଂ ନେପାଳର ଶେର୍ପା ଟେନଜିଙ୍ଗ ଦୁନିଆରେ ପ୍ରଥମଥର ପାଇଁ ମାଉଣ୍ଟ ଏଭରେଷ୍ଟର ଶିଖରକୁ ଯାଇ ନୂତନ ଇତିହାସ ସୃଷ୍ଟି କରିଥିଲେ । ଐତିହାସିକ ଏବଂ ବିଶେଷଜ୍ଞଙ୍କ ମତରେ ମାଉଣ୍ଟ ଏଭରେଷ୍ଟ ୬୦ମିଲିୟନ ବର୍ଷରୁ ଅଧିକ ପୁରୁଣା । ଭାରତର ମହାଦ୍ୱିପୀୟ ପ୍ଲେଟ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି ପାର୍ବତ୍ୟ ସୀମା ସୃଷ୍ଟି ହୋଇଥିଲା । ୧୮୪୧ ମସିହାରେ ସାର ଜର୍ଜ ଏଭରେଷ୍ଟଙ୍କ ଦ୍ୱାରା ଏହି ପାର୍ବତ୍ୟ ସୀମା ଆବିଷ୍କୃତ ହୋଇଥିଲା ଏବଂ ଏହାର ନାମ ପାଇକ ୧୫ ରଖାଗଲା । କିନ୍ତୁ ଏହି ପର୍ବତର ନାମ ୧୮୬୫ମସିହାରେ ସାର ଜର୍ଜଙ୍କ ସମ୍ମାନାର୍ଥେ ଏଭରେଷ୍ଟରେ ପରିବର୍ତ୍ତିତ ହୋଇଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବତ ଶୃଙ୍ଖଳାର ଉଚ୍ଚତା ପ୍ରତିବର୍ଷ ଦୁଇ ସେଣ୍ଟିମିଟର ବୃଦ୍ଧିପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଟେକ୍ନୋନିକ ପ୍ଲେଟ ଗୁଡିକ ଧିରେ ଧିରେ ସେମାନଙ୍କ ସ୍ଥାନରୁ ଗତି କରୁଥିବାରୁ ଏହା ଘଟୁଛି । ଏହି ପ୍ଲେଟ ଗୁଡିକ ହିମାଳୟ ପର୍ବତକୁ ଉପରକୁ ଠେଲି ଦେଉଛି । ଦୁସାହସିକ କାର୍ଯ୍ୟ ପାଇଁ ଯଦି ଆପଣ ଏହି ପର୍ବତ ସୀମାକୁ ଚଢିବାକୁ ଚାହାନ୍ତି ତେବେ ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ତ ସୁସ୍ଥ ରହିବାକୁ ପଡିବ । ଏହା ସହ ଏହାର ମୂଲ୍ୟ ବହୁତ ହିଁ ମହଙ୍ଗା ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥରେ ମାଉଣ୍ଡ ଏଭରେଷ୍ଟ ଆରୋହଣର ମୂଲ୍ୟ ପ୍ରାୟ ୩୪ଲକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.