୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ପ୍ରିୟମ୍‌ ଗର୍ଗ ଭାରତୀୟ ଦଳର ଅଧିନାୟକ ହେବେ

ମୁମ୍ବାଇ : ଆସନ୍ତା ଜାନୁଆରୀ ୧୭ରୁ ଫେବ୍ରୁଆରୀ ୯ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ । ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବର୍ତ୍ତମାନ ଚାମ୍ପିଅନ୍‌ ଥିବା ଭାରତୀୟ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ପ୍ରିୟମ୍‌ ଗର୍ଗ । ଉପଅଧିନାୟକ ଭାବେ ଓ୍ଵିକେଟ୍‌ କିପର ଧ୍ରୁବଚାନ୍ଦ ଜୁରେଲଙ୍କୁ ଦାୟିତ୍ୱ ମିଳିଛି । ବିସିସିଆଇ ଜୁନିୟର ଚୟନ କମିଟି ଏହି ଦଳ ଘୋଷଣା କରିଛି ।


ଭାରତୀୟ ଦଳ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ସମେତ ପ୍ରଥମଥର ଯୋଗ୍ୟତା ଅର୍ଜନ କରିଥିବା ଜାପାନ ଦଳ ମଧ୍ୟ ରହିଛି । ମୋଟ୍‌ ୧୬ଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.