ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ର ଦମ୍‌ଦାର ବିଜୟ, ୩-୨ରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍‌

କେନ୍ଯୁଜ୍: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତ ପାଇଁ ଭଲ ଖବର । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଛନ୍ତି ।

ଖେଳ ଆରମ୍ଭରୁ ଭାରତୀୟ ଖେଳାଳି ମାନେ ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଭାବ ବିସ୍ତାର କରିଥିଲେ । ଗୋଟିଏ ସମୟରେ ଭାରତ ୩-୧ରେ ଆଗୁଆ ଥିଲା । ତେବେ ତୃତୀୟ କ୍ୱାଟର୍ସରେ ପ୍ରତିପକ୍ଷ ଖେଳାଳି ଗୋଟିଏ ଗୋଲ ଦେଇଥିଲେ । ଏହାପରେ ଭାରତୀୟ ଖେଳାଳିି ମାନେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ଟୋକିଓରେ ଭାରତ ବାଜି ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.