ବିରାଟ ବାହିନୀ ପ୍ରଥମ ଟେଷ୍ଟ ଜିତ ପାରିବ : କାରଣ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ

ଆଡିଲେଡ୍‌ : ଗୁରୁବାର ଠାରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ । ସେଥିଲାଗି ଉଭୟ ଦଳ ଆଡିଲେଡ୍‌ରେ ଅଭ୍ୟାସ ଚଳାଇଛନ୍ତି । ଏହା ପୂର୍ବରୁ ଖେଳା ଯାଇଥିବା ଟି-୨୦ ସିରିଜ୍‌ ୧-୧ରେ ଡ୍ର ରହିଥିଲା । ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ରହିବା ପରେ ସିରିଜ୍‌ର ବିଜେତା ନିର୍ଣ୍ଣୟ ହୋଇ ପାରିନଥିଲା । ତେବେ କ୍ରିକେଟ୍‌ର ଏହି ଲଙ୍ଗ ଫର୍ମାଟ୍‌ରେ ଖେଳ ସମ୍ପୂର୍ଣ୍ଣ ଅଲଗା ହେବ ।

INDIA PRACTICE-2

ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍‌ ସିନା ଜିତିଛି ହେଲେ କେବେବି ସିରିଜ୍‌ ଜିତି ପାରିନାହିଁ । ଏଥର କିନ୍ତୁ ବିରାଟ କୋହଲିଙ୍କ ନେତୃତ୍ୱରେ ଆସିଥିବା ଦଳ ସିରିଜ୍‌ ଜିତି ପାରିବ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି । ଅବଶ୍ୟ ଏକଥାକୁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାନିବାକୁ ରାଜି ନୁହନ୍ତି । କାରଣ ଏଠାକାର ପିଚ୍‌ ଓ ସର୍ଟପିଚ୍‌ ବଲ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦୁର୍ବଳତା ଅଷ୍ଟ୍ରେଲିଆ ଦଳ ପାଇଁ ଫାଇଦା ହେବ ବୋଲି ସେମାନଙ୍କ ମତ । ଏମିତିକି କଙ୍ଗାରୁ ଦଳର ଜଣେ ସଫଳ କ୍ୟାପଟେନ୍‌ ରିକି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି, ତାଙ୍କ ଟିମ୍‌ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବ । ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ଵ ମଧ୍ୟ ସେହିଭଳି କିଛି ମତ ରଖିଛନ୍ତି ।

TEAM INDIA PRACTICE-1ବଲ୍‌ ଟ୍ୟାମ୍ପରିଂ ଦୋଷରେ ବାସନ୍ଦ ଦଣ୍ଡ ଭୋଗୁଥିବା ଡେଭିଡ୍‌ ଓ୍ଵାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ଦଳରେ ନାହାନ୍ତି । ଏମାନଙ୍କ ଅନୁପସ୍ଥିତି ଭାରତ ପାଇଁ ବେଶ୍‌ ଶୁଭଙ୍କର ବୋଲି ସମସ୍ତେ ମାନୁଛନ୍ତି । ତେବେ ଇଂଲଣ୍ଡ ଠାରୁ ଶୋଚନୀୟ ଭାବେ ସିରିଜ୍‌ ହାରିବା ପରେ ବିଦେଶ ମାଟିରେ ଭାରତୀୟ ଦଳର ସାମର୍ଥ୍ୟ ନେଇ ପୁଣି ପ୍ରଶ୍ନ ଉଠିଛି । ଏବେ ଏହାର ଜବାବ ଦେବାକୁ ହେବ ବିରାଟ ବାହିନୀକୁ ।

ବିଜୟ ହାରରେ ଅଷ୍ଟ୍ରେଲିଆ ଆଗରେ

ଭାରତ ଓ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ନିଜ ଭିତରେ ମୋଟ୍‌ ୯୪ଟି ଟେଷ୍ଟ ଖେଳିଛନ୍ତି । ସେଥିରୁ ଭାରତ ୨୬ଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ ଜିତିଛି ୪୧ଟି ମ୍ୟାଚ୍‌ । ବାକି ସବୁ ଡ୍ର ରହିଛି । ସେହିପରି ଅଷ୍ଟ୍ରେଲିଆ ମାଟିରେ ଦୁଇ ଦଳ ମୋଟ୍‌ ୪୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଘରୋଇ ଦଳ ୨୮ଟି ଜିତିଛି । ଭାରତ ହାତକୁ ଆସିଛି ମାତ୍ର ୫ଟି ବିଜୟ ।

ଜିତି ପାରିବ ଭାରତ

ତେବେ ବର୍ତ୍ତମାନର ଭାରତୀୟ ଦଳ ଯେଭଳି ଶକ୍ତିଶାଳୀ ଅଛି ସେଥିରେ ପ୍ରଥମ ଟେଷ୍ଟ ଜିତିବାରେ କିଛି ଅସୁବିଧା ନାହିଁ । କାରଣ ଅଷ୍ଟ୍ରେଲିଆ ଦଳରେ ଉସମାନ ଖ୍ଵାଜା ଓ ମାର୍ଶ ଭାଇ ଦୁଇଜଣଙ୍କ ବ୍ୟତୀତ ଅନ୍ୟ କେହି ସେଭଳି ଅଭିଜ୍ଞ ବ୍ୟାଟସମ୍ୟାନ୍‌ ନାହାନ୍ତି । ଅନ୍ୟପକ୍ଷରେ ନାଥନ୍‌ ଲିୟନ୍‌ ଓ ମିଚେଲ ଷ୍ଟାର୍କଙ୍କୁ ଯଦି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସାମନା କରି ପାରନ୍ତି ତେବେ ଖେଳ ସମ୍ପୂର୍ଣ୍ଣ ଭାବେ ଅଲଗା ହେବ । ଅବଶ୍ୟ ଅତୀତରେ ଦେଖା ଯାଇଛି ଯେ ଅଜଣା ଅଶୁଣା ଖେଳାଳିମାନେ ଭାରତ ବିପକ୍ଷରେ ବହୁତ ଭଲ ଖେଳି ଘରୋଇ ଦଳକୁ ଜିତାଇଛନ୍ତି । ସେ ଯାହା ବି ହେଉ ବିରାଟଙ୍କୁ ଭୀଷଣ ଭାବେ ଡରୁଛି ଅଷ୍ଟ୍ରେଲିଆ ଦଳ । ଭ୍ରମଣକାରୀ ଦଳ ମାନସିକ ସ୍ତରରେ ଏହାର ଫାଇଦା ନେବା ଦରକାର । ଅନ୍ୟପକ୍ଷରେ ସବୁ ବେଳେ ସିରିଜ୍‌ ପୂର୍ବରୁ ଭାରତ ଉପରେ ଚାପ ପକାଇବା ପାଇଁ ଅନେକ ସମାଲୋଚନା ଓ ଆକ୍ଷେପ କରିଥାନ୍ତି ଅଷ୍ଟ୍ରେଲିଆ ଖେଳାଳିମାନେ । ଏଥର କିନ୍ତୁ ଏହା ଖୁବ୍‌ କମ୍‌ ଦେଖା ଯାଇଛି । ତା ସହିତ ସେଭଳି ଆକ୍ଷେପକୁ ସାମନା କରିବା ଲାଗି ବିରାଟ ବାହିନୀ ମଧ୍ୟ ଖୁବ ପାରଙ୍ଗମ ।

କଙ୍ଗାରୁ ଦଳରେ କୋହଲି ଭୟ

ଏଥର ଦେଖିବାକୁ ବାକି ରହିଲା କୋହଲି କିଭଳି ଦଳ ପରିଚାଳନା କରୁଛନ୍ତି ଓ ତାଙ୍କ ଖେଳାଳିମାନେ କେମିତିଆ ଦମ୍‌ ଦେଖାଉଛନ୍ତି । ଇଂଲଣ୍ଡରେ କରିଥିବା ଭୁଲରୁ ଶିଖଛନ୍ତି ଅଧିନାୟକ ଓ ଖେଳାଳିମାନେ । ତେଣୁ ଏହାକୁ ଦୋହରାଇବେ ନାହିଁ ବୋଲି ଆଶା କରାଯାଉଛି ।
କୋହଲି ତ ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗି ଚାଲିଛନ୍ତି, ତାଙ୍କ ସୈନିକମାନେ ମିଳିତ ହୋଇ ଅଷ୍ଟ୍ରେଲିଆ ମାଟିରେ ଭାରତର ବିଫଳତା ରେକର୍ଡ଼କୁ ଭାଙ୍ଗି ପାରୁଛନ୍ତି ନା ନାହିଁ ? ଏବେ ଦେଶର କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ।

KOHLI

ଗୁରୁବାର ଭାରତୀୟ ସମୟ ଭୋର ୫.୩୦ରେ ଖେଳ ଆରମ୍ଭ ହେବ ଆସନ୍ତୁ ନଜର ପକାଇବା ଉଭୟ ଦଳର କିଛି ରେକର୍ଡ଼ ଉପରେ ।

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ : କିଛି ଜଣା ଅଜଣା କଥା

୧-ପ୍ରଥମେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯୪୭ରେ ଟେଷ୍ଟ ଖେଳ ଆରମ୍ଭ ହୋଇଥିଲା ।
୨-ଅଷ୍ଟ୍ରେଲିଆ ମାଟିରେ ଭାରତ କେବେବି ଟେଷ୍ଟ ସିରିଜ୍‌ ଜିତି ନାହିଁ ।
୩-ଏପର୍ଯ୍ୟନ୍ତ ମାତ୍ର ୫ଟି ଟେଷ୍ଟ ଜିତି ପାରିଛି ।
୪-ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶ ମାଟିରେ ଅଷ୍ଟ୍ରେଲିଆ ତୁଳନାରେ ଟେଷ୍ଟ ସିରିଜ୍‌ରେ ଭାରତର ପ୍ରଦର୍ଶନ ଅଧିକ ଭଲ ରହିଛି ।
୫-ଜାନୁଆରୀ ୨୦୧୩ରୁ ଏପର୍ଯ୍ୟନ୍ତ ଭାରତ ବିଦେଶ ମାଟିରେ ୩୨ଟି ଟେଷ୍ଟ ଖେଳି ୧୦ଟି ଜିତିଥିବା ବେଳେ ୧୪ଟିରେ ହାରିଛି ।
୬-ଅଷ୍ଟ୍ରେଲିଆ ଏହି ସମୟ ମଧ୍ୟରେ ୩୪ଟି ଟେଷ୍ଟ ଖେଳି ୧୧ଟିରେ ଜିତିଥିବା ବେଳେ ୨୦ଟିରେ ହାରିଛି ।

INDIA TEAM
୭-ଗତ ୫ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ରେ ଭାରତ ୬୭ ପ୍ରତିଶତ ସଫଳତା ଲାଭ କରିଛି । ଏହି ସମୟ ମଧ୍ୟରେ ଖେଳାଯାଇଥିବା ୧୨ଟି ଟେଷ୍ଟ ମଧ୍ୟରୁ ଭାରତୀୟ ଦଳ ୬ଟିରେ ବିଜୟୀ ହୋଇଥିବା ବେଳେ ମାତ୍ର ୩ଟିରେ ହାରିଯାଇଛି ।
୮-ଏହି ସମୟ ଭିତରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ୪ଟି ଟେଷ୍ଟ ଖେଳି ୨ଟିରେ ପରାଜିତ ହୋଇଥିବା ବେଳେ ଅନ୍ୟ ଦୁଇ ଡ୍ର ରଖିଛି ।
୯-ତିନି ବର୍ଷ ବ୍ୟବଧାନରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଖେଳିବ । ୨୦୧୫ ଜାନୁଆରୀ ୬ରୁ ୧୦ ତାରିଖ ମଧ୍ୟରେ ଶେଷଥର ପାଇଁ ଭାରତ ଏଠାରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା । ସେହି ସିଡନୀ ଟେଷ୍ଟରେ ଘରୋଇ ଦଳ ପକ୍ଷରୁ ଡେଭିଡ୍‌ ଓ୍ଵାର୍ଣ୍ଣର ଓ ଷ୍ଟିିଭ୍‌ ସ୍ମିଥ୍‌ ଏବଂ ଭାରତ ତରଫରୁ ବିରାଟ କୋହଲି ଓ ଲୋକେଶ ରାହୁଲ ଶତକ ହାସଲ କରିଥିଲେ ।

ହିମାଂଶୁ ପତିମିଶ୍ର

ପ୍ରଥମ ଟେଷ୍ଟ ପୂର୍ବରୁ କଣ କହୁଛନ୍ତି ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ୱର ପୂଜାରା ଆସନ୍ତୁ ଶୁଣିବା ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.