ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ରୁଟ୍‌ ୮୦ ରନ୍‌ରେ ଆଉଟ୍‌

ବର୍ମିଂହାମ୍‌ : ଶତକରୁ ବଞ୍ଚିତ ହେଲେ ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ । ଭଲ ବ୍ୟାଟିଂ କରୁଥିଲେ । ହେଲେ ସାମାନ୍ୟ ଭୁଲ ଯୋଗୁଁ ୮୦ ରନ୍‌ରେ ରନ୍‌ଆଉଟ୍‌ ହୋଇଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଦିନ ୬୫ ଓଭର ସୁଦ୍ଧା ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଇଂଲଣ୍ଡ ଦଳ ୪ ଓ୍ଵିକେଟ୍‌ରେ ୨୨୨ ରନ୍‌ କରିଥିଲା । ଓପ୍ନର କୁକ୍‌ ୧୩ ଓ ଜେନିଂସ ୪୨, ରୁଟ୍‌ ୧୫୬ ବଲ୍‌ରୁ ୮୦, ମଲାନ୍‌ ୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବାରିଷ୍ଟୋ ୭୦ ରନ୍‌ରେ ଅପରାଜିତ ଥିଲେ । ଭାରତ ପକ୍ଷରୁ ସ୍ପିନର ଅଶ୍ୱନ୍‌ ପ୍ରଥମ ଓ୍ଵିକେଟ୍‌ ନେଇଥିଲେ । ତେବେ ପରେ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଏଜବାଷ୍ଟନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.