ଦ୍ୱିତୀୟ ଦିନିକିଆ : ବିଶାଖାପାଟଣାରେ ବର୍ଷିଲା ୧୬ ଛକା ଓ ୩୪ ଚୌକା, ଇଣ୍ଡିଜ୍‌ ଆଗରେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା : ବୋଧହୁଏ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭଲ ଖେଳିବା ପାଇଁ ରଗେଇବାକୁ ପଡ଼େ । ପୂର୍ବ ମ୍ୟାଚ୍‌ରେ ଭାରତକୁ ହରାଇ େଓ୍ଵଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା । ତେଣୁ ଆଜିର ଦ୍ୱିତୀୟ ମ୍ୟାଚ୍‌ ଦଳକୁ ଯେମିତି ହେଉ ଜିତିବା ପାଇଁ ପଡ଼ିବ । ସେଥିଲାଗି ଜୋରଦାର ପ୍ରଦର୍ଶନ କରିଛନ୍ତି ଭାରତର ଦୁଇ ଓପ୍ନର୍‌ ରୋହିତ ଶର୍ମା ଓ କେ.ଏଲ୍‌ ରାହୁଲ । ଉଭୟ ଆଜି ଶତକ ହାସଲ କରିଛନ୍ତି । ପୁଣି ପ୍ରଥମ ଓ୍ଵିକେଟ୍‌ରେ ଭାଗିଦାରୀ ରେକର୍ଡ଼ ମଧ୍ୟ କରିଛନ୍ତି । ଯାହାଫଳରେ ଭାରତ େଓ୍ଵଷ୍ଟଇଣ୍ଡିଜ୍‌ ଆଗରେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ୫୦ ଓଭର୍‌ରେ ଭାରତ ୫ ଓ୍ଵିକେଟ୍‌ ହରାଇ ୩୮୭ ରନ୍‌ କରିଥିଲା ।

ROHIT-RAHUL-1ରାହୁଲ ତାଙ୍କର ୨୮ତମ ଦିନିକିଆ ଶତକ ୧୦୭ଟି ବଲ୍‌ରେ ହାସଲ କରିଥିଲେ । ଏହା ଭିତରେ ସେ ୧୧ଟି ଚୌକା ଓ ୨ଟି ଛକା ମାରିଥିଲେ । ସେପଟେ ରାହୁଲ ତାଙ୍କର ତୃତୀୟ ଦିନିକିଆ ଶତକ ହାସଲ କରିଛନ୍ତି । ସେ ୧୦୨ ବଲ୍‌ରେ ୮ଟି ଚୌକା ଓ ୩ଟି ଛକା ମାରି ଶତକ ପୂରଣ କରିଥିଲେ । ଦୁହେଁ ୩୭ ଓଭର୍‌ ଯାଏ ସାଥୀ ହୋଇ ଖେଳି ୨୨୭ ରନ୍‌ ଯୋଡ଼ିବା ପରେ ରାହୁଲ ଆଉଟ୍‌ ହୋଇଥିଲେ । ରାହୁଲ ୧୦୨ ରନ୍‌ କରି ଯୋଶେଫଙ୍କ ବଲ୍‌ରେ ଚେଜ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏମାନଙ୍କ ବ୍ୟାଟିଂ ବେଳେ ଲାଗୁଥିଲା ଇଣ୍ଡିଜ୍‌ ଅଧିନାୟକ କିରେନ୍‌ ପୋଲାର୍ଡ ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇ ବଡ଼ ଭୁଲ କରି ଦେଇଛନ୍ତି ।

ROHIT

ରାହୁଲଙ୍କ ପରେ ଆସିଥିବା ଅଧିନାୟକ ବିରାଟ କୋହଲି ମାତ୍ର ୩ଟି ବଲ୍‌ ଖେଳି ଖାତା ଖୋଳିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ । ତେବେ ଖୁବ୍‌ କମ୍‌ ସମୟ ଭିତରେ ଦୁଇଟି ଓ୍ଵିକେଟ୍‌ ପଡ଼ିଯିବା ଯୋଗୁଁ ରୋହିତ ଶର୍ମା ଆହୁରି ଦାୟିତ୍ୱପୂର୍ଣ୍ଣ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଛକା ମାରି ୧୫୦ ରନ୍‌ ପୂରଣ କରିଥିଲେ ଏହି ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ । ଶେଷରେ ୧୩୮ ବଲ୍‌ରୁ ୧୫୯ ରନ୍‌ (୧୭ ଚୌକା ଓ ୫ ଛକା) କରି ରୋହିତ ଆଉଟ୍‌ ହୋଇଥିଲେ । ସେତେବେଳେ ଦଳର ସ୍କୋର ଥିଲା ୨୯୨ ରନ୍‌ ।

SHREYAS AYERଏହାପରେ ଶ୍ରେୟଶ ଆୟର ଏବଂ ଋଷଭ ପନ୍ତଙ୍କ ଭାଗିଦାରୀ ଆରମ୍ଭ ହୋଇଥିଲା । ପୂର୍ବ ମ୍ୟାଚ୍‌ରେ ଏହି ଯୋଡ଼ି ଅର୍ଦ୍ଧଶତକ କରି ଦଳର ସମ୍ମାନ ରଖିଥିଲେ । ଗତ ମ୍ୟାଚ୍‌ର ଅର୍ଦ୍ଧଶତକ ପନ୍ତଙ୍କ ଆତ୍ମବିଶ୍ୱାସକୁ ଫେରାଇ ଆଣିଛି । ତେଣୁ ସେ କ୍ରିଜ୍‌ରେ ପହଞ୍ଚିବା ମାତ୍ରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଖାଲି ଛକା, ଚୌକା ବର୍ଷା କରି ଚାଲିଲେ । ପନ୍ତ ମାତ୍ର ୧୬ଟି ବଲ୍‌ରେ ୩ ଚୌକା ଓ ୪ଟି ଛକା ମାରି ୩୯ ରନ୍‌ କରିବା ପରେ ଆଉଟ୍‌ ହୋଇଥିଲେ । ଆୟରଙ୍କ ସହ ଚତୁର୍ଥ ଓ୍ଵିକେଟ୍‌ରେ ୭୩ ରନ୍‌ ଯୋଗ କରିଥିଲେ । ସେପଟେ ଆୟର ଶେଷ ଭାଗରେ ଖୁବ୍‌ ମାଡ଼ ମାରି ଲଗାତର ଭାବେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୩୨ ବଲ୍‌ରେ ୫୩ ରନ୍‌ (୩ ଚୌକା ଓ ୪ ଛକା) କରି ଆଉଟ୍‌ ହୋଇଥିବା ବେଳେ କେଦାର ଯାଦବ ୧୦ ବଲ୍‌ରେ ୧୬ ରନ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.