ନ୍ୟୁଜିଲାଣ୍ଡ ସିରିଜ ପାଇଁ ଦାୟିତ୍ୱ ନେବେ ହାର୍ଦ୍ଦିକ ଏବଂ ଧଓ୍ଵନ, ଟି-୨୦ ଏବଂ ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା

ଟି-୨୦ ବିଶ୍ୱକପ ସମାପ୍ତ ହେବା ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧଓ୍ଵନଙ୍କୁ ଟିମ ଇଣ୍ଡିଆର ଦାୟିତ୍ୱ ଦିଆଯାଇଛି। ହାର୍ଦ୍ଦିକ ଟି-୨୦ର ଏବଂ ଧଓ୍ଵନ ଦିନିକିଆ ମ୍ୟାଚରେ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି, କେଏଲ ରାହୁଲଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ। ଟିମ ଇଣ୍ଡିଆ ନଭେମ୍ୱର ୧୮, ୨୦ ଏବଂ ୨୨ରେ ଟି-୨୦ ମ୍ୟାଚ ଖେଳିବ । ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ:

ହାର୍ଦ୍ଦିକ ପାଣ୍ଡ୍ୟା( ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଇଶାନ କିଷନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ଶିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଟିମ:

ଶିଖର ଧୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଶହବାଦ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚାହର, କୁଳଦୀପ ସେନ, ଉମରାନ ମଲିକ।