ଆଜି ସୁପର ଫୋରରେ ଭାରତ-ଶ୍ରୀଲଙ୍କା ମୁକାବିଲା, ଭାରତ ପାଇଁ କର ବା ମର ମ୍ୟାଚ୍‌

କେନ୍ୟୁଜ୍(ବ୍ୟୁରୋ):   ଏସିଆ କପ୍‌ ସୁପର ଫୋର୍‌ରେ ଆଜି ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌ । ଶ୍ରୀଲଙ୍କା ସହ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ମ୍ୟାଚ୍‌ ସ୍ଥିତି ସୃଷ୍ଟି କରିଛି । ସୁପର ଫୋର୍‌ର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି । ଆଜିର ମ୍ୟାଚ୍‌ ଜିତିବା ଭାରତ ପାଇଁ ଜରୁରୀ । ପାକିସ୍ତାନ ବିପକ୍ଷ ମୁକାବିଲାରେ ଟିମ୍‌ ଇଣ୍ଡିଆର ଦୁର୍ବଳ ବୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏଭଳି ସ୍ଥିତିରେ ଆଜି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭାବନା ରହିଛି ।

ଶ୍ରୀଲଙ୍କା ବିପକ୍ଷ ମୁକାବିଲା ପାଇଁ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଅସୁସ୍ଥ ଥିବା ଅଭେଶ ଖାନ ଦଳକୁ ଫେରିବେ କି ନାହିଁ ତାଉପରେ ନଜର ରହିଛି । ଦୀନେଶ କାର୍ତ୍ତିକଙ୍କ ଉପରେ ବି ସମସ୍ତଙ୍କର ରହିବ ନଜର । ଟି-ଟେ୍ଵଣ୍ଟିରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି । ଉଭୟ ଦଳ ଶ୍ରୀଲଙ୍କା ପରସ୍ପରକୁ ୨୫ ଥର ଭେଟିଛନ୍ତି । ଭାରତ ୧୭ଟିରେ ବିଜୟୀ ହୋଇଥିବା ବେଳେ କେବଳ ୭ଟି ମ୍ୟାଚ୍‌ ଜିତିଛି ଶ୍ରୀଲଙ୍କା । ଏସିଆ କପ୍‌ ସୁପର ଫୋର୍‌ରେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲା ଶ୍ରୀଲଙ୍କା । ଆଜିର ମ୍ୟାଚ୍‌ ଜିତିଲେ ଫାଇନାଲ୍‌ରେ ସ୍ଥାନ ପକ୍କା କରିବାର ନିକଟତର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.