Below header

ଭାରତ ବନାମ ପାକିସ୍ତାନ : ବର୍ଷା ସାଜୁଛି ବାଧକ, ୨୦ ଓଭର ସୁଦ୍ଧା ଭାରତ ସ୍କୋର ୧୦୨/୪

ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ ମ୍ୟାଚ୍‌ ଆରମ୍ଭ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ୨୦ ଓଭର ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ୧୦୨ ରନ୍‌ କରିଛି ।

ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ ମ୍ୟାଚ୍‌ ଆରମ୍ଭ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ବର୍ଷା ବାଧକ ସାଜିଥିବା ମ୍ୟାଚରେ ପ୍ରଥମରୁ ଟିମ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଛି। ଉଭୟଙ୍କୁ ଶାହୀନ ଶାହ ଆଫ୍ରିଦି କ୍ଲିନବୋଲ୍ଡ କରିଛନ୍ତି।

ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍ ଆଜି ଇନିଂସ ଆରମ୍ଭ କରିଥିଲେ। ଟିମର ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ହୋଇଥିବା ବେଳେ ପରେ ବର୍ଷା ଯୋଗୁଁ ମ୍ୟାଚ୍‌ ଅଧାରୁ ବନ୍ଦ ରହିଥିଲା । କିଛି ସମୟ ମ୍ୟାଚ୍‌ ବନ୍ଦ ହେବା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା।

ଶ୍ରେୟସ ଆୟର ଭଲ ଲୟରେ ଥିଲେ ମଧ୍ୟ କେବଳ ୧୪ ରନ କରି ହାରିସ ରଉଫଙ୍କ ବଲରେ ଆଉଟ ହୋଇଥିଲେ । ଶୁଭମନ ଗିଲ ୧୦ ରନ କରି ରଉଫ ବଲରେ ଆଉଟ୍‌ ହୋଇଥିଲେ । ତେବେ ୨୦ ଓଭର ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ୧୦୨ ରନ୍‌ କରିଛି । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଈଶାନ କିଶନ ୩୦ କରି ବ୍ୟାଟିଂ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.