ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ

କେନ୍ୟୁଜ୍: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ପୁଣେରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ । ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଦ୍ୱିତୀୟ ଟେଷ୍ଟ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ବିଶାଖାପାଟଣା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିବାରୁ ମନୋବଳ ଦୃଢ଼ ରହିଛି । ଟେଷ୍ଟ କ୍ରିକେଟରେ ଜବରଦସ୍ତ ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା । ଶତକୀୟ ଇନିଂସ କରିଥିଲେ । ସେହିପରି ମୟଙ୍କ ଅଗ୍ରଓ୍ଵାଲ ବି ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତ ମାରିଥିଲେ । ସେପଟେ ଏହି ମ୍ୟାଚ୍‌ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି ଅଧିନାୟକ ବିରାଟ କୋହଲି । ଅଧିନାୟକ ଭାବରେ ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.