ଆଜି ଲଙ୍କାରେ ମହାଲଢେଇ: ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା

କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଫାଇନାଲ ଟକ୍କର । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଏସିଆ କପ୍ ଇତିହାସରେ ଏହା ଅଷ୍ଟମ ଥର ଯେବେ ଉଭୟ ଦେଶ ଫାଇନାଲରେ ପରସ୍ପରକୁ ଭେଟିବେ ।

କଲମ୍ବୋ (କେନ୍ୟୁଜ): ଆଜି ଲଙ୍କାରେ ମହାଲଢେଇ । ସୁପର ସଣ୍ଡେରେ ସୁପର ମୁକାବିଲା। କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଫାଇନାଲ ଟକ୍କର । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଆଜି ଆହତ କାରଣରୁ ଟିମରୁ ବାଦ ପଡିପରାନ୍ତି ଭାରତୀୟ ଖେଳାଳି ଅକ୍ଷର ପଟେଲ୍ । ଅକ୍ଷରଙ୍କ ଅନୁପସ୍ଥିତିରେ ୱାସିଂଗଟନ ସୁନ୍ଦରଙ୍କୁ ସ୍ଥାନ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଏସିଆ କପ୍ ଇତିହାସରେ ଏହା ଅଷ୍ଟମ ଥର ଯେବେ ଉଭୟ ଦେଶ ଫାଇନାଲରେ ପରସ୍ପରକୁ ଭେଟିବେ । ପୂର୍ବରୁ ଖେଳାଯାଇଥିବା ଫାଇନାଲରେ ଭାରତ ୪ଟି ଟାଇଟଲ ଜିତିଥିବା ବେଳେ ୩ଟି ଯାଇଛି ଶ୍ରୀଲଙ୍କା ପାଖକୁ ।

ଦିନିକିଆରେ ଏପର୍ଯ୍ୟନ୍ତ ୧୬୬ ଥର ମୁହାଁମହିଁ ହୋଇଛନ୍ତି ଉଭୟ ଭାରତ ଓ ଶ୍ରୀଲଙ୍କା । ଯେଉଁଠି ଭାରତ ୯୭ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫୭ଟି ମ୍ୟାଚରେ ବାଜି ମାରିଛି ସିଂହଳୀ ଦଳ । ୧୧ଟି ମ୍ୟାଚ୍ ରହିଛି ଅମୀମାଂଶିତ । ଦିନିକିଆରେ ଭାରତ ଶକ୍ତିଶାଳୀ ଥିଲେ ବି ଏସିଆ କପ ଇତିହାସରେ କେହି କାହାଠୁ କମ ନୁହନ୍ତି । ଏସିଆ କପ ଦିନିକିଆରେ ପରସ୍ପରକୁ ୨୦ଥର ଭେଟିଛନ୍ତି ଉଭୟ ଦଳ । ଯେଉଁଠି ୧୦ଟି ମ୍ୟାଚ୍ ଭାରତ ଜିତିଥିବାବେଳେ ଶ୍ରୀଲଙ୍କା ଜିତିଛି ୧୦ଟି ମ୍ୟାଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.