ଭାରତ ବନାମ ଶ୍ରୀଲଙ୍କା ଟି-୨୦ ସିରିଜ୍, ଆସନ୍ତା ଜାନୁଆରୀରେ ହେବ ମୁକାବିଲା
ଆସନ୍ତା ଜାନୁଆରୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଟି-୨୦ ସିରିଜ୍ ଖେଳାଯିବ । ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ । ଏ ସମ୍ପର୍କରେ ବିସିସିଆଇ ତରଫରୁ ଆଜି ସୂଚନା ଦିଆଯାଇଛି । ପ୍ରଥମ ମ୍ୟାଚ୍ ଜାନୁଆରୀ ୫, ଦ୍ୱିତୀୟ ମ୍ୟାଚ୍ ୭ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୧୦ ତାରିଖ ଦିନ ଖେଳାଯିବ । ଜିମ୍ବାେଓ୍ଵ କ୍ରିକେଟ୍ ବୋର୍ଡ଼କୁ ଆଇସିସି ନିଲମ୍ବିତ କରିଥିବା ପରିପ୍ରେକ୍ଷୀରେ ବିସିସିଆଇ ଶ୍ରୀଲଙ୍କା ଟିମ୍କୁ ଏହି ସିରିଜ୍ ଖେଳିବା ଲାଗି ଆମନ୍ତ୍ରଣ କରିଛି ।