Below header

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇଯାଇଥିଲା । ତେଣୁ ଆଗାମୀ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ । ୱେଷ୍ଟଇଣ୍ଡିଜ୍ ଦଳର ଷ୍ଟାର ଖେଳାଳି ଦଳକୁ ଫେରିଛନ୍ତି । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଓ ଯୁବ ବ୍ୟାଟ୍ସମ୍ୟାନ୍ ସାଇ ହୋପ୍ ଫେରିଥିବାରୁ ବ୍ୟାଟିଂ ଲାଇନ୍ ସୁଦୃଢ ହେବ । ଗେଲ୍ ଆଜି କ୍ୟାରିୟରର ୩ ଶହ ତମ ଦିନିକିଆ ଖେଳିବେ । ପ୍ରଥମ ମ୍ୟାଚରେ ମାତ୍ର ୧୩ ଓଭର ଖେଳାଯାଇଥିଲା । ଏହା ଭିତରେ ଏଭିନ୍ ଲୁଇସ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୩୬ଟି ବଲରୁ ସେ ଅପରାଜିତ ୪୦ ରନ୍ କରିଥିଲେ । ଏହା ଭିତରେ ଥିଲା ୩ଟି ଛକ୍କା । ଆଜି ମଧ୍ୟ ତାଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିପାରେ । ସେହିପରି ଭାରତୀୟ ଦଳରେ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଶିଖର ଧଓ୍ଵନ, ରୋହିତ୍ ଶର୍ମା ଓ ବିରାଟ କୋହଲୀଙ୍କ ବ୍ୟାଟିଂ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.