କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ, ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍‌ ହରାଇ ୨୭୯ ରନ୍‌ କରିଥିଲା । କ୍ୟାରିୟରର ୪୨ ତମ ଶତକ ହାସଲ କରିଥିଲେ ବିରାଟ କୋହଲି । ସେହିପରି ଶ୍ରେୟସ ଆୟର ୭୧ ରନ୍‌ କରିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ୍‌ ୨୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲା । କ୍ୟାରିୟରର ୩୦୦ ତମ ମ୍ୟାଚ୍‌ ଖେଳିଥିବା କ୍ରିସ୍‌ ଗେଲ୍‌ ୧୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ଓ୍ଵିକେଟ୍‌ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଏହି ବିଜୟ ସହ ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.