Below header

ପୂରା ଟେନ୍‌ସନ୍‌ ମ୍ୟାଚ୍‌ : ସୁପର ଓଭର୍‌ରେ ରୋହିତଙ୍କ ଲଗାତର ଛକା ଭାରତକୁ ସିରିଜ୍‌ ଜିତାଇଲା

ହାମିଲଟନ୍‌ : ଶେଷ ଓଭରରେ ପୂରା ଟେନ୍‌ସନ୍‌ । ଯେଉଁ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ସହଜରେ ଜିତିବ ବୋଲି ମନେ କରାଯାଉଥିଲା ତାକୁ ‘ଟାଇ’ରେ ପରିଣତ କରିଦେଲେ ଭାରତୀୟ ବୋଲର୍‌ । ଶେଷ ଓଭର୍‌ରେ ଜିତିବା ପାଇଁ ଗୋଟିଏ ରନ୍‌ ଦରକାର ହେଉଥିବା ବେଳେ ମହମ୍ମଦ ସାମି ନ୍ୟୁଜିଲାଣ୍ଡର ଟେଲରଙ୍କୁ ବୋଲଡ୍‌ କରି ଘରୋଇ ଦଳର ଜିତିବା ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା । ନିର୍ଦ୍ଧାରିତ ଓଭର୍‌ରେ ଉଭୟ ଦଳ ୧୭୯ ରନ୍‌ କରିବା ଫଳରେ ଫଇସଲା ପାଇଁ ସୁପର ଓଭର ଖେଳା ଯାଇଥିଲା ।

WIN

ସୁପର ଓଭର ଆହୁରି ରୋମାଞ୍ଚକର ଥିଲା । ସୁପର ଓଭର୍‌ରେ ଓ୍ଵିଲିୟମସନ୍‌ ଓ ଗପ୍‌ଟିଲ୍‌ ବ୍ୟାଟିଂ କରିଥିଲେ । ବୁମରାଙ୍କ ଓଭରରେ ସେମାନେ ୧୭ ରନ୍‌ ସଂଗ୍ରହ କରିଥିଲେ । ଜିତିବା ପାଇଁ ଭାରତକୁ ୧୮ ରନ୍‌ କରିବାର ଥିଲା । ରୋହିତ ଶର୍ମା ଓ କେକ.ଏଲ୍‌. ରାହୁଲଙ୍କ ସାମନା କରିବାକୁ ପଡ଼ିଥିଲା ନ୍ୟୁଜିଲାଣ୍ଡ ବୋଲର୍‌ ସାଉଦିଙ୍କୁ । ପ୍ରଥମ ବଲ୍‌ରେ ହେରାହିତ ୨ ରନ୍‌ ନେଇଥିଲେ । ଦ୍ୱିତୀୟ ବଲ୍‌ରେ ୧ ରନ୍‌ । ତୃତୀୟ ବଲ୍‌ରେ ରାହୁଲ ଚୌକା ଓ ଚତୁର୍ଥ ବଲ୍‌ରେ ୧ ରନ୍‌ କଲେ । ପଞ୍ଚମ ବଲ୍‌ରେ ରୋହିତ ମାରିଲେ ଛକା । ଆଉ ଶେଷ ବଲ୍‌ରେ ଦରକାର ଥିଲା ଗୋଟିଏ ଚୌକା । ହେଲେ ଛକା ମାଷ୍ଟର ରୋହିତ ଶର୍ମା ସାଉଦିଙ୍କ ବଲ୍‌ରେ ବିରାଟ ଛକା ମାରି ଦଳକୁ ଜିତାଇ ଦେଲେ ।
ଏହି ମ୍ୟାଚ୍‌ ଜିତି ବିରାଟ ବାହିନୀ ସିରିଜ୍‌ରେ ୩-୦ରେ ଆଗୁଆ ରହିବା ସହ ସିରିଜ୍‌ ନିଜ କବଜାକୁ ନେଇଛି । ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଦଳ ପ୍ରଥମଥର ଟି-୨୦ ସିରିଜ୍‌ ଜିତିଛି ।
ପୂର୍ବରୁ ନ୍ୟୁଜିଲାଣ୍ଡ ପକ୍ଷରୁ ଗପଟିଲ୍‌ ୩୧ ବଲ୍‌ରେ ୩୧, ଓ୍ଵିଲିୟମସନ୍‌ ୪୮ ବଲ୍‌ରେ ୯୫ (୮ ଚୌକା, ୬ ଛକା) ରନ୍‌ କରିଥିଲେ ।

ଭାରତର ବିଜୟରେ ଖୁବ୍‌ ଖୁସି ଅମିତାଭ, ଟୁଇଟ୍‌ କରି ଜଣାଇଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.