ଶରୀରରେ କରୋନା ଭାଇରସ୍‌ ପଶିଲେ ଦେଖାଦିଏ ଏହି ସବୁ ଲକ୍ଷଣ, ଡେରି ନ କରି ତୁରନ୍ତ ଯାଆନ୍ତୁ ଡାକ୍ତରଙ୍କ ପାଖକୁ

ଚୀନ୍‌ରେ ମହାମାରୀ ରୂପ ନେଇଛି କରୋନା ଭାଇରସ୍‌। ଏହି ଭାଇରସ୍‌ ସଂସ୍ପର୍ଶରେ ଆସି ଏ ପଯ୍ୟର୍ନ୍ତ ୮୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିସାରିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଘାତକ ଭାଇରସ୍‌ ଚୀନରୁ ଯାଇ ଏସୀୟ ଦେଶ ଏବଂ ଆମେରିକାରେ କାୟା ବିସ୍ତାର କଲାଣି। ହେଲେ ଦୁଃର୍ଭାଗ୍ୟର କଥା, ଏହାର କୌଣସି ଚିକିତ୍ସା ନାହିଁ। ଆଜି ଆମେ ଆପଣଙ୍କୁ କରୋନା ଭାଇରସ୍‌ର ଲକ୍ଷଣ, ଏଥିରୁ ବର୍ତ୍ତିବାର ଉପାୟ ଏବଂ ଚିକିତ୍ସା ସମ୍ପର୍କରେ ସୂଚନା ଦେବୁ, ଯାହାକି ଆପଣଙ୍କୁ ସୁରକ୍ଷିତ ରଖିପାରିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

v1

କରୋନା ଭାଇରସ୍‌ କ’ଣ?

କରୋନା ଭାଇରସ୍‌ ଏକ ସାଧାରଣ ଭାଇରସ୍‌। ଏହା ଆପଣଙ୍କ ନାକ, ଗଳା ଏବଂ ଖାଦ୍ୟନଳୀକୁ ସଂକ୍ରମଣ କରିପାରେ। ଏହା ବିଭିନ୍ନ ପ୍ରକାରର ହୋଇଥାଏ। କରୋନା ଭାଇରସ୍‌କୁ ୧୯୬୦ ମସିହାରେ ପ୍ରଥମେ ଚିହ୍ନଟ କରାଯାଇଥିଲା, କିନ୍ତୁ କାହାକୁ ଜଣା ନ ଥିଲା ଏହା କେଉଁଠୁ ଆସିଛି? କୁହାଯାଉଛି କି, ଏହି ଭାଇରସ୍‌ ସାମୁଦ୍ରିକ ଜୀବଙ୍କଠାରୁ ଆସୁଛି ଏବଂ ଉଭୟ ମଣିଷ ଏବଂ ଜୀବଜନ୍ତୁଙ୍କୁ ସଂକ୍ରମଣ କରୁଛି।

v2

୨୦୧୨ରେ ସାଉଦି ଆରବ, ମିଡିଲ ଇଷ୍ଟ, ଆଫ୍ରିକା, ଏସିଆ ଏବଂ ୟୁରୋପର କେତେକ ଦେଶରେ ଏହି ଭାଇରସ୍‌ ଦେଖିବାକୁ ମିଳିଥିଲା। ତେବେ ଚଳିତବର୍ଷ ପ୍ରାରମ୍ଭରେ ଅର୍ଥାତ୍‌ ଜାନୁୟାରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚୀନରେ କରେନା ଭାଇରାସ୍‌କୁ ଏକ ନୂଆ ପ୍ରକାରର ଚିହ୍ନଟ କରିଥିଲା, ଯାହାକୁ ‘୨୦୧୯ ନୋବେଲ କରୋନା’ ଭାଇରସ୍‌ ନାଁରେ ଜଣାଯାଇଥାଏ।

v5

କେମିତି ବ୍ୟାପିଥାଏ ଏହି ଭାଇରସ୍‌

ସାଧାରଣ ଥଣ୍ଡା, ସର୍ଦ୍ଦି ଭଳି ଅଧିକାଂଶ କରୋନା ଭାଇରସ୍‌ ବ୍ୟାପିଥାଏ। କୌଣସି ସଂକ୍ରମିତ ବ୍ୟକ୍ତି ଅନ୍ୟ ଜଣଙ୍କୁ ଛୁଇଁଦେବାରେ, ଛିଙ୍କିବା ଦ୍ୱାରା କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ହାତ ଏବଂ ମୁହଁକୁ କେହି ଛୁଇଁଦେବାରେ ଏହି ଭାଇରସ୍‌ ବ୍ୟାପିଥାଏ।

ସାଧାରଣ ଲକ୍ଷଣ

ନାକରୁ ପାଣି ବାହାରିବା, କାଶ, ଗଳାରେ କୁଣ୍ଡେଇ ହେବା, ମୁଣ୍ଡବିନ୍ଧା ଏବଂ କେବେ କେବେ ଜ୍ୱର ହେବା ଏହାର ଲକ୍ଷଣ। ଅନେକାଂଶରେ ଆପଣଙ୍କୁ ଜଣା ବି ପଡ଼ିବନି ଯେ ଆପଣ କରୋନା ଭାଇରାସ୍‌ରେ ଆକ୍ରାନ୍ତ ହୋଇଛନ୍ତି ନା କୌଣସି ସାଧାରଣ ଥଣ୍ଡା, ଜ୍ୱର ସୃଷ୍ଟି କରୁଥିବା ଭାଇରସ୍‌ ସଂସ୍ପର୍ଶରେ ଆସିଛନ୍ତି।

v8

ଭାଇରସ୍‌ର ଲକ୍ଷଣକୁ କେମିତି କରିବେ ଯାଞ୍ଚ

ଯଦି ଆପଣଙ୍କ ଥଣ୍ଡା, ଜ୍ୱର ଅଧିକ ସମୟ ଧରି ଜାରି ରହୁଛି ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରିବା ଉଚିତ। କିଛି ମେଡିକାଲ ଟେଷ୍ଟ ଜରିଆରେ ଏହି ଲକ୍ଷଣଗୁଡ଼ିକୁ ଚିହ୍ନଟ କରିହେବ। ଧ୍ୟାନ ରଖିବେ, କରୋନା ଭାଇରସ୍‌ ଆପଣଙ୍କ ନିମ୍ନତମ ଶ୍ୱାସନଳୀ ପଥ ଏବଂ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ, ଯଦ୍ଦ୍ଵାରା ଆପଣଙ୍କୁ ନିମୋନିଆ ହୋଇପାରେ। ତେବେ ବୃଦ୍ଧବ୍ୟକ୍ତି, ହୃଦରୋଗୀ ଏବଂ ଯାହାଙ୍କର ରୋଗ ପ୍ରତିରୋଧକ ଶକ୍ତ ଦୁର୍ବଳ, ସେହିମାନଙ୍କଠାରେ ଅଧିକ ମାତ୍ରାରେ ଏହି ରୋଗ ବ୍ୟାପିଥାଏ।

v77

ରୋନା ଭାଇରସ୍‌ରୁ ବର୍ତ୍ତିବାର ଉପାୟ

• ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଏବଂ ପ୍ରିଭେନ୍‌ସନ ଅନୁସାରେ, ପୀଡ଼ିତ ଲୋକଙ୍କଠାରେ ଜ୍ୱର, ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧିବା, ନିଶ୍ୱାସ ନେବାରେ ଅସୁବିଧା, ଗଳାରେ କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏଭଳି ସ୍ଥିତିରେ ଆପଣ ସେମାନଙ୍କଠାରୁ ଦୂରେଇ ରହିବା ଉଚିତ।

• କୌଣସି ଜାଗାକୁ ଯାତ୍ରା କରୁଥିବା ବେଳେ ଆପଣ ନିମୋନିଆ କିମ୍ବା ସାଧାରଣ କାଶ, ଥଣ୍ଡାରେ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ।

• ଚୀନରେ ଲୋକେ ଫେସ୍‌ ମାସ୍କ କିଣୁଛନ୍ତି, କିନ୍ତୁ ବୈଜ୍ଞାନିକଙ୍କ କହିବା ହେଲା, ଏହି ଭାଇରସ୍‌ ସଂକ୍ରମଣ ହେଲେ କୌଣସି ମାସ୍କ କାମ କରି ନ ଥାଏ।

• ଅନ୍ୟ ଜାଗାକୁ ଯାଉଥିଲେ ଯାତ୍ରୀମାନେ ନିଜ ହାତକୁ ସାବୁନ କିମ୍ବା ପାଣିରେ ଅତି କମ୍‌ରେ ୨୦ ସେକେଣ୍ଡ ପଯ୍ୟର୍ନ୍ତ ଧୋଇବା ଉଚିତ। ଏମିତି ବାରମ୍ବାର କରନ୍ତୁ। କାରଣ, ଏଥିରୁ ବର୍ତ୍ତିବା ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ।

v99

• ଆପଣଙ୍କ ପାଖରେ ଆଲ୍‌କହଲ ବେସ୍‌ଡ ହ୍ୟାଣ୍ଡ ସାନିଟାଇଜର ରଖନ୍ତୁ। ଯଦି ହାତ ଧୋଇବା ପାଇଁ ଆପଣଙ୍କୁ ପାଣି ନ ମିଳେ, ତା’ହେଲେ ଆପଣ ଏଥିରେ ହାତ ଧୋଇପାରିବେ।

• ଆପଣଙ୍କ ହାତ, ମୁହଁ ଏବଂ ନାକକୁ ଅନ୍ୟ କାହାର ହାତ ସ୍ପର୍ଶ କରିବାକୁ ଦିଅନ୍ତୁ ନାହିଁ।

• ଯାତ୍ରା ସମୟରେ ଠିକ୍‌ ଭେଣ୍ଟିଲେଶନ ପାଇଁ ଆପଣଙ୍କ ସିଟ୍‌ ପାଖରେ ଝରକା ଖୋଲା ରଖନ୍ତୁ।

• ସିଟ୍‌ ପାଖରେ ପଡ଼ିଥିବା ଜିନିଷଗୁଡ଼ିକୁ ପୋଛି ସଫା କରାଇ ଦିଅନ୍ତୁ।

• ଯଦି ଆପଣ ଅସୁସ୍ଥ ଅଛନ୍ତି, ତା’ହେଲେ ଯାତ୍ରା କରନ୍ତୁ ନାହିଁ।

• ପଶୁମାନଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ଏହାଛଡ଼ା ଦରସିଝା ମାଂସ ଏବଂ ଅଣ୍ଡା ଖାଇବାଠୁ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.