Below header

ବଢ଼ିଲା ଆଇନ ସମ୍ମତ ଗର୍ଭପାତର ସମୟ ସୀମା, ୪ ସପ୍ତାହ ବଢ଼ି ଏବେ ହେଲା ୨୪ ସପ୍ତାହ

ନୂଆ ଦିଲ୍ଲୀ: ଆଇନ ସମ୍ମତ ଗର୍ଭପାତ ସମୟ ସୀମା ୨୪ ସପ୍ତାହ ପର୍ଯ୍ୟନ୍ତ ରହିବ । ପୂର୍ବରୁ ଏହି ସମୟର ଅବଧି ଥିଲା ୨୦ ସପ୍ତାହ । ଗର୍ଭପାତ ସଂଶୋଧନ ବିଲ୍‌-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍‌ ତରଫରୁ ମଞ୍ଜୁରୀ ମିଳିଛି । ଏସଂପର୍କିତ ପ୍ରଚଳିତ ଆଇନ-୧୯୭୧ରେ ସଂଶୋଧନ ଆଣିବା ପାଇଁ ସଂସଦର ଆଗାମୀ ଅଧିବେଶନରେ ବିଲ୍‌ ଆସିବ ବୋଲି ଜଣା ଯାଇଛି । ତେବେ ଏହା ସାଧାରଣ ଗର୍ଭପାତ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଦୁଷ୍ମର୍ମ ଓ ଯୌନ ହିଂସା ଆଦି ଘଟଣାର ଶିକାର ହୋଇଥିବା ମହିଳା ଏବଂ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।

pregency

ଏଥିପାଇଁ ମେଡିକାଲ ବୋର୍ଡ ଅନୁମତି ଦେବେ। ସଂପୃକ୍ତ ମହିଳାଙ୍କ ନାମ ଗୋପନ ରହିବ। ମହିଳାଙ୍କ ଆଇନ୍‌ ସମ୍ମତ ଗର୍ଭପାତ ସମୟ ସୀମା ବୃଦ୍ଧି କରିବାକୁ ପୂର୍ବରୁ ବିଭିନ୍ନ ମହିଳା ସଂଗଠନ ଓ ଡାକ୍ତରଙ୍କ ପକ୍ଷରୁ ଦାବି କରାଯାଇ ଆସୁଥିଲା । ଏ ନେଇ କୋର୍ଟରେ ଅନେକ ପିଟିସନ୍‌ ମଧ୍ୟ ଦାଖଲ ହୋଇଛି। ମହିଳାଙ୍କ ସାମାଜିକ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ଏହି ସଂଶୋଧନ ବିଲ ଅଣାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.