ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ରେ ଭାରତ ବିଜୟୀ

କୋଲକାତା(କେନ୍ଯୁଜ୍): କୋଲକାତାରେ କମାଲ୍ କଲେ କୁଳଦୀପ-କାର୍ତ୍ତିକ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟିରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୫ ଓ୍ଵିକଟରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ । ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୦୯ ରନ୍ କରିଥିଲା । ଓ୍ଵିକେଟ ହରାଇବାରୁ ବଡ଼ ସ୍କୋର କରି ପାରି ନଥିଲା କାରାବେୟାନ୍ ଦଳ । କୁଳଦୀପ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ୧୧୦ ରନ୍ ବିଜୟ ଲକ୍ଷ୍ୟକୁ ୧୭ ଓଭର୍ ୫ଟି ବଲରେ ୫ ଓ୍ଵିକେଟ୍ ବାକି ଥାଇ ହାସଲ କରି ନେଇଥିଲା ଭାରତ । ମାତ୍ର ୧୭ ରନ୍ରେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ ପାଭିଲନ୍ ଫେରିଥିଲେ । ତେବେ ଦୀନେଶ କାର୍ତ୍ତିକ ଓ କୁନାଲ୍ ପାଣ୍ଡ୍ୟା ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଦୀନେଶ କାର୍ତ୍ତିକ ୩୧ ରନ୍ ଓ କୁନାଲ ପାଣ୍ଡ୍ୟା ୨୧ ରନ୍ କରିଥିଲେ । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟେ୍ଵଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ଆସନ୍ତାକାଲି ଲକ୍ଷ୍ନୌରେ ଖେଳାଯିବ ଦ୍ୱିତୀୟ ଟ୍ବେଣ୍ଟି ଟ୍ବେଣ୍ଟି।