ଆଜିଠୁ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଏବେ ବେକାରୀ ସମସ୍ୟାକୁ ନେଇ ଚାଲିଛି ଲଢ଼େଇ । ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି। ବ୍ରହ୍ମପୁର ଆସିକା ରୋଡରେ ଥିବା ଏଫସିଆଇ କାର୍ଯ୍ଯାଳୟ ଆଗରେ ବିଜେଡି ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଗତ ସାଢ଼େ ୪ ବର୍ଷରେ ରାଜ୍ୟର କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ବୋଲି ପ୍ରଶ୍ନ କରଛି ଦଳ । ଓଡ଼ିିଶାରେ ଥିବା ନାଲକୋ, ଆଇଓସିଏଲ ଭଳି ୨୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥାରେ ଗତ ସାଢ଼େ ୪ ବର୍ଷ ଭିତରେ କେତେଜଣ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ।

BJD-BJP-Logoସେପଟେ ଜବାବରେ ବିଜେପି କହିଛି,ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜ ଜରିଆରେ କେତେଜଣଙ୍କୁ ନିଯୁକ୍ତି ମିଳିଛି ତାର ହିସାବ ଦିଅନ୍ତୁ ରାଜ୍ୟ ସରକାର । ବିଜେଡିକୁ କାଉଣ୍ଟର କରିବା ପାଇଁ ନିଯୁକ୍ତି ପ୍ରସଙ୍ଗରେ ଆଜି ସବୁ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଚ ଅଫିସରେ ତାଲା ପକାଇବ ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.