ଭାରତୀୟ ମହିଳା କ୍ରିକେଟର ଭେଦା କୃଷ୍ଣମୂର୍ତ୍ତି ଲକଡାଉନରେ ମାଧୁରୀ ଦୀକ୍ଷିତଙ୍କ ଭଳି ଡ୍ୟାନ୍ସ କଲେ, ଜବରଦସ୍ତ ଭାଇରଲ ହେଉଛି ଏହି ଭିଡିଓ

କରୋନା ଭାଇରସ ଯୋଗୁ ଦେଶବ୍ଯାପୀ ଲୋକେ ଏବେ ଘରେ ଲକଡାଉନରେ ଅଛନ୍ତି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟରମାନେ ମଧ୍ୟ ସେମାନଙ୍କ ପରିବାର ସହିତ ସମୟ କାଟୁଛନ୍ତି। ତେବେ ଫୁରସତ ସମୟରେ ସେମାନେ ସୋସିଆଲ୍ ମିଡିଆରେ ହିଁ ଆକ୍ଟିଭ ରହୁଛନ୍ତି । ଏପରିକି, ଭାରତୀୟ ମହିଳା କ୍ରିକେଟ୍ ଦଳର ଖେଳାଳି ଭେଦା କୃଷ୍ଣମୂର୍ତ୍ତି ବି ଅନ୍ୟ ଖେଳାଳିମାନଙ୍କ ପରି ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି ।

 

View this post on Instagram

 

Lockdown moves be like !! 😈😈 #foryou

A post shared by Veda Murthy (@vedakrishnamurthy7) on

ଭେଦା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଆରା ଷ୍ଟାଇଲରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ତେବେ ସେ ଏତେ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି ଯେ ଆପଣଙ୍କୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କଥା ମନେ ପଡିଯିବ। ଭିଡିଓ ସେୟାର କରିବାକୁ ଯାଇ କୃଷ୍ଣମୂର୍ତ୍ତି କ୍ୟାପସନ ଲେଖିଛନ୍ତି, ‘ଲକଡାଉନର ମୁଭ୍ସ କିଛି ଏମିତି ବି ହେଇପାରେ’।

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଇଂଲଣ୍ଡ ମହିଳା ଦଳର ଖେଳାଳି ଡାନିୟଲ୍ ୟାଟ୍ ମଧ୍ୟ କମେଣ୍ଟ ଦେଇଛନ୍ତି । ତେବେ ଏହାକୁ ଲୋକେ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.