ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ, ୪୧ ବର୍ଷ ପରେ ଜିତିଲା ଅଲିମ୍ପିକ୍ସ ପଦକ
ଟୋକିଓ : ଭାରତ ପାଇଁ ଐତିହାସିକ ଦିନ । ଟୋକିଓ ଅଲିମ୍ପିକ୍ସିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ ପଦକ ଜିତିଛି । ଆଜି ଜର୍ମାନୀକୁ ୫-୪ ଗୋଲ୍ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରି ଦିଲ୍ ଖୁସ୍ କରି ଦେଇଛିି ଭାରତୀୟ ପୁରୁଷ ହକି ଟିମ୍।
କଡ଼ା ମୁକାବିଲା ହୋଇଥିବା ଏହି ମ୍ୟାଚ୍ରେ ଶେଷ କ୍ଷଣ ପର୍ଯ୍ୟନ୍ତ ଲଢ଼େଇ କରି ଜର୍ମାନୀକୁ ୫-୪ ଗୋଲ୍ରେ ମାତ ଦେଇଥିଲା ଭାରତୀୟ ଦଳ । ଗୋଲ୍ କିପର ଶ୍ରୀଜେଶ କମାଲ ପ୍ରଦର୍ଶନ ଦେଖାଇଛନ୍ତି। ଶେଷ ୬.୮ ସେକେଣ୍ଡରେ ଜର୍ମାନୀର ପେନାଲ୍ଟି କର୍ଣ୍ଣରକୁ ସେ ପଣ୍ଡ କରି ଦେଇଥିଲେ । ଭରାତ ପକ୍ଷରୁ ସିମରନଜିତ୍ ୨ଟି ଗୋଲ୍ ଦେଇଛନ୍ତି । ହରମନପ୍ରୀତ, ହାର୍ଦ୍ଦିକ ଓ ରୂପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ସେହିପରି ଆଜିର ମ୍ୟାଚ୍ରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ମଧ୍ୟ ଚମତ୍କାର ଖେଳିଥିଲେ ।
ଭାରତ ଶେଷ ଥର ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ପଦକ ଜିତିଥଲା । ଚଳି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତୀୟ ଦଳ ବେଲଜିୟମ ଠାରୁ ହାରି ଯାଇଥିଲା ।