ସ୍ଥିର ହେଲା IPL ପ୍ରୋଗ୍ରାମ, ଏହି ତାରିଖରେ ଆରମ୍ଭ ହୋଇପାରେ ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌

ଆଇପିଏଲ୍‌ର ୧୪ ତମ ସିଜନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଖେଳାଳିଙ୍କୁ ରିଟେନ୍‌ ଓ ରିଲିଜ୍‌ ପରେ ଏବେ ମିନି ଅକ୍ସନ୍‌ ତାରିଖ ବି ନିର୍ଦ୍ଧାରିତ ହୋଇଛି। ଫେବ୍ରୁଆରୀ ୧୮ ତାରିଖରେ ଚେନ୍ନାଇରେ ମିନି ଅକ୍ସନ୍‌ ଆୟୋଜିତ ହେବ। ଅନ୍ୟପେଟେ ବିସିସିଆଇ ଆଇପିଏଲ୍‌ ୨୦୨୧ର ଆୟୋଜନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିପାରେ। ତେବେ ବର୍ତ୍ତମାନ ଆଶା କରାଯାଉଛି ଯେ ଏପ୍ରିଲ ୧୧ରୁ ଚଳିତଥର ଆଇପିଏଲ୍‌ର ଆୟୋଜନ ଆରମ୍ଭ ହେବ।

ଏକ ଗଣମାଧ୍ୟମ ସହ ଆଲୋଚନା କରିବା ଅବସରରେ ବିସିସିଆଇ ଅଧିକାରୀ କହିଛନ୍ତି, ଆଇପିଏଲ୍‌ ୨୦୨୧ର ତାରିଖକୁ ନେଇ ଗଭର୍ଣ୍ଣିଂ କାଉନ୍‌ସିଲ ଶେଷ ନିଷ୍ପତ୍ତି ନେବ। କିନ୍ତୁ ୧୧ ଏପ୍ରିଲରୁ ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାର ସମ୍ଭାବନା ରହିଛି। ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ସମାପ୍ତ ହୋଇଯିବ ଓ ଖେଳାଳିଙ୍କୁ ଏହି ସମୟରେ ଆଇପିଏଲ୍‌ ୧୪ ପାଇଁ ଭଲ ସମୟ ବି ମିଳିବ। ଆଇପିଏଲ୍‌ର ୧୪ ତମ ସିଜନ୍‌ର ଫାଇନାଲ ଜୁନ୍‌ ପ୍ରଥମ ସପ୍ତାହରେ ହୋଇପାରେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.