ଆଇପିଏଲ୍‌ ୨୦୨୩ : ଆଜି ନିତିଶଙ୍କ ଅଗ୍ନିପରୀକ୍ଷା, ପଞ୍ଜାବ ସହିତ ମୁହାଁମୁହିଁ ହେବ କୋଲକତା

ଆଇପିଏଲ୍‌ ସିଜିନର ଦ୍ୱିତୀୟ ମ୍ୟାଚରେ ଆଜି ପରସ୍ପରକୁ ଟକ୍କର ଦେବେ ଶିଖର ଧଓ୍ଵନ ଏବଂ ନିତିଶ ରାଣା । ଶ୍ରେୟସଙ୍କ ଆହତ ସମସ୍ୟା ପରେ କୋଲକତା ନିତିଶଙ୍କୁ ଟିମର ଦାୟିତ୍ୱ ଦେଇଛି । ଅପରାହ୍ନ ୩.୩୦ରେ ଖେଳାଯିବ ମ୍ୟାଚ୍‌ ।

ଆଇପିଏଲ୍‌ ୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକତା ନାଇଟ୍‌ ରାଇଡର୍ସ । ଦୁଇଟି ଯାକ ଟିମରେ ଦମଦାର ଖେଳାଳି ରହିଛନ୍ତି । କିନ୍ତୁ କେହି ବି ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରନ୍ତି ନାହିଁ । ପଞ୍ଜାବ ପ୍ରଥମ ଟାଇଟଲ ହାସଲ ଅପେକ୍ଷାରେ ରହିଥିବା ବେଳେ କୋଲକତା ୨ ଥର ଟାଇଟଲ ହାସଲ କରିସାରିଛି ।

ଗତ ସିଜିନରେ ୧୦ ଟିମ୍‌ ମଧ୍ୟରେ ପଞ୍ଜାବ ୬ ନଂ ଏବଂ କୋଲକତା ୭ମ ସ୍ଥାନରେ ରହିଥିଲା । ତେବେ ଆଜି ୩.୩୦ ମିନିଟରେ ଖେଳାଯିଚ। ଏହି ମ୍ୟାଚରେ ଦୁଇଟି ଯାକ ଟିମର ନୂଆ ଅଧିନାୟକ ମ୍ୟାଚ୍‌ ଖେଳିବେ । ଶିଖର ଧଓ୍ଵନ ପଞ୍ଜାବ କିଙ୍ଗସ ଦ୍ୱାୟିତ୍ୱ ନେଇଥିବା ବେଳେ କୋଲକତାର ଦାୟିତ୍ୱ ନିତିଶ ରାଣା ନେଇଛନ୍ତି । ଶ୍ରେୟସ ଆହତ ହେବା ପରେ ନିତିଶ ରାଣାଙ୍କୁ କେକେଆର ଏହି ଦାୟିତ୍ୱ ଦେଇଛି । ତେବେ ଆଜିର ମ୍ୟାଚ ନିତିଶଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇପାରେ ।

କେକେଆର ଏବଂ ପଞ୍ଜାବ ମଧ୍ୟରେ ଆଇପିଏଲରେ ଏପର୍ଯ୍ୟନ୍ତ ୩୦ଟି ମ୍ୟାଚ୍‌ ହୋଇସାରିଛି । ଏଥିମଧ୍ୟରୁ ୨୦ଟି ମ୍ୟାଚ୍‌ ଜିତିଛି କୋଲକତା । ଆଉ ପଞ୍ଜାବ ଜିତିଛି ୧୦ଟି ମ୍ୟାଚ୍‌ ।

ପଞ୍ଜାବ କିଙ୍ଗସ : ଶିଖର ଧଓ୍ଵନ (ଅଧିନାୟକ), ଅର୍ଶଦୀପ ସିଂ ରାଜା ବାଓ୍ଵା, ରାହୁଲ ଚହର, ସାମ କୁରେନ, ରିଷି ଧଓ୍ଵନ, ନାଥମ ଏଲିସ, ହରପ୍ରୀତ ବରାର, ହରପ୍ରୀତ ସିଂ, ମୋହିତ ସେଠୀ, ଭି, କାେଓ୍ଵରପ୍ପା, ପ୍ରଭାସିମରନ ସିଂ, ଭାନୁକା ରାଜପକ୍ଷେ, ଏମ ଶାହରୁଖ ଖାନ, ଜିତେଶ ଶର୍ମା, ଶିଭମ ସିଂ, ମାଥ୍ୟୁ ସର୍ଟ, ସିକନ୍ଦର ରଜା, ଅଥର୍ବ ତାୟଡେ ।

କୋଲକତା ନାଇଟ ରାଇଡର୍ସ : ନିତିଶ ରାଣା(ଅଧିନାୟକ), ବୈଭବ ଆରୋଡା, ଲୋକି ଫଗ୍ୟୁସନ, ହର୍ଷିତ ରାଣା, ଭେଙ୍କେଟେଶ ଆୟର, ଏନ ଜଗଦୀଶନ, କୁଲଓ୍ଵନ ଖେରରୋଲିୟା, ଲିଟନ ଦାସ, ମନଦୀପ ସିଂହ, ସୁନୀଲ ନରେନ, ରହମାନୁଲ୍ଲାହ ଗୁରବାଜ, ଅନୁକୂଳ ରାୟ, ଆନ୍ଦ୍ରେ ରସେଲ, ଶକିବ ଅଲ୍ଲହସନ, ରିଙ୍କୁ ସିଂ, ଟିମ ସାଉଦି, ସୁୟେଶ ଶର୍ମା, ଶାର୍ଦ୍ଦୁଳ ଠାକୁର, ବରୁଣ ଚର୍କବର୍ତ୍ତୀ, ଡେଭିଡ ଓ୍ଵିସ୍‌, ଉମେଶ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.