IPL 2024 : ଆଇପିଏଲ ଇତିହାସରେ ଦାମୀ ଖେଳାଳି ପାଟ କମିନ୍ସ, ୨୦.୫୦ କୋଟିରେ କିଣିଲା ହାଇଦ୍ରାବାଦ

ଆଇପିଏଲ ଇତିହାସରେଦାମୀ ଖେଳାଳି ହେଲେ ପାଟ କମିନ୍ସ । ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ବାଙ୍ଗାଲୋର ସହିତ ଟକ୍କର ହେବା ପରେ ହାଇଦ୍ରାବାଦ କିଣିଥିଲା ।

ଆଇପିଏଲ ନିଲାମୀରେ ରେକର୍ଡ । ଆଇପିଏଲ ଇତିହାସରେ ଦାମୀ ଖେଳାଳି ହେଲେ ପାଟ କମିନ୍ସ । ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ବାଙ୍ଗାଲୋର ସହିତ ଟକ୍କର ହେବା ପରେ ହାଇଦ୍ରାବାଦ କିଣିଥିଲା । ଶ୍ରୀଲଙ୍କା ଲେଗ ସ୍ପିନର ହସରଙ୍ଗାଙ୍କୁ ୧.୫୦ କୋଟିରେ କିଣିଛି ହାଇଦ୍ରାବାଦ ।

ଦୁବାଇ କୋକାକୋଲା ଏରେନାରେ ଆଇପିଏଲ ନିଲାମୀ ଚାଲିଛି । ବିସିସିଆଇ ପକ୍ଷରୁ ସର୍ଟ ଲିଷ୍ଟେଡ୍ ହୋଇଥିବା ଖେଳାଳିଙ୍କ ନିଲାମୀ ଚାଲିଛି । ନିଲାମୀ ପ୍ରକ୍ରିୟାରେ ପ୍ରଥମେ ରୋଭମାନ ପାୱେଲ ବିକ୍ରି ହୋଇଥିଲେ । ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟିରେ କିଣି ନେଇଥିଲା । ସେହିପରି ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟି ଟଙ୍କାରେ ଏବଂ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି ।

ଅଷ୍ଟ୍ରେଲିଆ ଅଧିନାୟକ ପାଟ୍‌ କମିନ୍ସ ସବୁଠୁ ଅଧିକ ଦରରେ ବିକ୍ରି ହୋଇଛନ୍ତି । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ରହିଥିବା ବେଳେ ହାଇଦ୍ରାବାଦ ତାଙ୍କୁ ୨୦.୫୦ କୋଟିରେ କିଣିଛି ।

ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ୧.୮୦ କୋଟି ଟଙ୍କାରେ କିଣିଛି । ସେହିପରି ୱେଷ୍ଟଇଣ୍ଡିଜର ଅଧିନାୟକ ରାଓ୍ଵମେନ ପାେଓ୍ଵଲଙ୍କୁ ରାଜସ୍ଥାନ ୭.୪୦ କୋଟିରେ କିଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.