Below header

ଆଇପିଏଲ୍‌ ଟକ୍କର : ପଞ୍ଜାବ ଠାରୁ ୮ ଓ୍ଵିକେଟ୍‌ରେ ହାରିଲା ମୁମ୍ବାଇ

ଚଣ୍ଡିଗଡ଼ : ଆଜି ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ନବମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛି କିଙ୍ଗସ ଇଲେଭେନ୍‌ ପଞ୍ଜାବ । କେଏଲ୍‌ ରାହୁଲଙ୍କ ଅପରାଜିତ ୭୧ ରନ୍‌ (୫୭ ବଲ୍‌, ୬ ଚୌକା ଓ ୧ ଛକ) ସାଙ୍ଗକୁ ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କ ୨୪ ବଲ୍‌ରୁ ୪୦ ରନ୍‌ (୩ ଚୌକା, ୪ ଛକା) କରିଥିଲେ । ସେହିପରି ମୟଙ୍କ ଅଗ୍ରଓ୍ଵାଲଙ୍କ ୨୧ ବଲ୍‌ରୁ ୪୩ ରନ୍‌ (୪ ଚୌକା, ୨ ଛକା) ବଳରେ ପଞ୍ଜାବ ଦଳ ୮ଟି ଓ୍ଵିକେଟ୍‌ ଓ ୮ଟି ବଲ୍‌ ହାତରେ ଥାଇ ମ୍ୟାଚ୍‌ ଜିତି ନେଇଛି । ମିଲର ୧୦ଟି ବଲ୍‌ରୁ ୧୫ ରନ୍‌ କରି ରାହୁଲଙ୍କ ସହିତ ଅପରାଜିତ ରହିଥିଲେ ।
ମୋହାଲି ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦଳ ୧୭୭ ରନ୍‌ର ଲକ୍ଷ୍ୟ ଦେଇଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୩୨, ଡି କକ୍‌ ସର୍ବାଧିକ ୬୦ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ୍‌ ସ୍କୋର କରିଥିଲେ । ଦଳ ନର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.