Below header

ନିର୍ବାଚନୀ ମାହୋଲରେ ଲକ୍ଷାଧିକ ଟଙ୍କା ଜବତ, କେଉଁଠୁ ଆସିଲା ପୋଲିସ କରୁଛି ଜବତ

ନିର୍ବାଚନ ବେଳେ ଯାଞ୍ଚ ହୋଇ ବିଭିନ୍ନ ସ୍ଥାନରୁ ଟଙ୍କା ଜବତ । ବଲାଙ୍ଗୀର-ସୋନପୁର ରାସ୍ତାର ହରଡ଼ଖୋଲ ନିକଟରେ ଏକ କାର ଭିତରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ପାଇଁ ସୋନପୁରରେ ପ୍ରଶାସନର ସ୍ୱତନ୍ତ୍ର ସ୍କ୍ଵାଡ ହରଡ଼ଖୋଲ ନିକଟରେ ଚେକିଂ କରୁଥିବା ବେଳେ ଏହି ଟଙ୍କା ଜବତ ହୋଇଛି । ଟଙ୍କା ବାବଦରେ କାର ମାଲିକ କିଛି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ଏହି ଘଟଣାରେ କାର ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆର ଶଙ୍କରପୁର ନିକଟରେ ପୋଲିସ ଯାଞ୍ଚ ବେଳେ କଂଗ୍ରେସ ନେତା ଯଦୁମଣି ବାରିକଙ୍କ ଗାଡ଼ିରୁ ଏକ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି । ଯଦୁମଣି ଯୋଡ଼ା ଆଡୁ ଆସୁଥିବା ବେଳେ ପୋଲିସ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ଏହି ଟଙ୍କା ମିଳିଛି । ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇଛି ।

ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବର୍ଥଲା ଛକରେ ପୋଲିସ ଖାନତଲାସୀ ଚାଲିଥିବା ବେଳେ ଏକ ଗାଡ଼ିରୁ ୮ ଲକ୍ଷ ଟଙ୍କା ଜବତ ହୋଇଛି । ଉଡ଼ିଶାପାଳି ଗାଁର ଚୁଡ଼ାମଣି କଟା ଏହି ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ଟଙ୍କା ବାବାଦରେ ସେ ସଠିକ ତଥ୍ୟ ଦେଇ ପାରିନାହାନ୍ତି । ଏହି ଘଟଣାରେ ଚୁଡ଼ାମଣି ଓ ମୀନକେତନ ମେହେରଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

ସେହିପରି ରାଇରଙ୍ଗପୁର ବିଶୋଇ ଛକ ନିକଟ ଏକ କାରରୁ ୩୪ଲକ୍ଷ ୨୪ହଜାର ୨୩ ଟଙ୍କା ଜବତ ହୋଇଛି । ଟଙ୍କା ଓ କାର ଜବତ କରି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.